ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼

0
42
ପୂର୍ବ ଶତ୍ରୁତାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୯/୧୨) : କନ୍ଧମାଳରେ ବାପା ଓ ପୁଅଙ୍କୁ ଏସିଡ୍ ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଥିବା ସୂଚନା ମିଳିଛି ।

ଗୁରୁତର ବାପା ଚନ୍ଦ୍ର ମହାନ୍ତି ଓ ପୁଅ ସୁରଜ କୁମାରଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରମୋଦ ସାହୁ ନାମକ ବ୍ୟକ୍ତି ଏହି ଏସିଡ୍ ମାଡ଼ କରିଥିବା ସୂଚନା ରହିଛି । କନ୍ଧମାଳ ଟାଉନ ଥାନା ଶଶି ପାନ ଦୋକାନ ନିକଟରେ ଅଭିଯୁକ୍ତ ପ୍ରମୋଦ ସାହୁ, ଚନ୍ଦ୍ର ମହାନ୍ତି ଓ ତାଙ୍କ ପୁଅ ସୁରଜ୍ ମହାନ୍ତିଙ୍କ ଉପରେ ଏକ ଢାଳରେ ଏସିଡ ଆଣି ପକାଇଥିଲା ଦୂର୍ବୃତ୍ତ । ଏଥିରେ ଉଭୟ ବାପା ଓ ପୁଅ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ମାଡରେ ଅଭିଯୁକ୍ତ ପ୍ରମୋଦ ସାହୁ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରମୋଦ ସାହୁଙ୍କୁ ଅଟକ ରଖିଛି ।