ସ୍କୁଲରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ପିଅନ ଗିରଫ

0
44
ସ୍କୁଲରେ ଷଷ୍ଠ ଶ୍ରେଣୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୯/୧୨) : ଛାତ୍ରୀଙ୍କୁ ବିଦ୍ୟାଳୟର ଜଣେ ପିଅନଙ୍କ ଅସଦାଚରଣ କରିଥିବା ଅଭିଯୋଗ ।

ନବରଙ୍ଗପୁର ଜିଲ୍ଲା ହାଟଭରାଣ୍ଡି ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ଅସଦାଚରଣ ମାମଲାକୁ ଦୁଇ ମାସ ନପୁରୁଣୁ ପୁଣି ଜିଲ୍ଲା କୁନ୍ଦେଇ ଥାନାରେ ଅସଦାଚରଣ ମାମଲା ରୁଜ୍ଜୁ ହୋଇଛି । ପରଚିପାରା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଜଣେ ପିଅନ ଅସଦାଚରଣ କରିଥିବା ଅଭିଯୋଗ ହେବା ପରେ କୁନ୍ଦେଇ ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ଦଶମ ଶ୍ରେଣୀ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ତାର ଟେଷ୍ଟପେପର ହୋଷ୍ଟେଲ୍‌ରେ ରହି ଯାଇଥିଲା ।

ପାଠ ପଢାରେ ଅସୁବିଧା ହେବାରୁ ସେ ଗତ ୨୩ ତାରିଖ ଦିନ ନିଜ ଭାଇ ସହିତ ଟେଷ୍ଟ ପେପର ଆଣିବାକୁ ହୋଷ୍ଟେଲକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ପିଅନ ଇନ୍ଦ୍ରରାମ ଗଣ୍ଡ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଛାତ୍ରୀ ଜଣକ ଖସି ଆସି ଭାଈ ସହିତ କାନ୍ଦି କାନ୍ଦି ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣାଇଥିଲେ ।