ସର୍ବଭାରତୀୟ ନାଟ୍ୟ ସମାରୋହ “ମଠଖାଇ ମହୋତ୍ସବ” ର କାର୍ଯ୍ୟାଳୟ ଉଦଘାଟିତ

0
40
ସର୍ବଭାରତୀୟ ନାଟ୍ୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର, (୩୦/୧୨) : “ସର୍ବ ଭାରତୀୟ ମଠଖାଇ ମହୋତ୍ସବ” ର କାର୍ଯ୍ୟାଳୟ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଛି ।

ଆଗାମୀ ଜାନୁଆରୀ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାର୍ ଚାଲିଛି । ଆଜି କାର୍ଯ୍ୟାଳୟ ଉଦଘାଟନ ଅବସରରେ ଭୂମିକାର ଉପଦେଷ୍ଟା ଶ୍ରୀ ମଧୁସୂଦନ ପତି, ମଠଖାଇ ମହୋତ୍ସବ ର ଉପଦେଷ୍ଟା ଶ୍ରୀକର ମିଶ୍ର ଓ ମଠଖାଇ ମହୋତ୍ସବର ସଭ୍ୟ ସନାତନ ଠାକୁର, ବିଜୟ ତ୍ରିପାଠୀ, ଟୁନା ମହାନ୍ତି, ଓଡ଼ିଆ ଚଳଚିତ୍ର ଅଭିନେତା ରତନ ମେହେର, ପ୍ରମୋଦ ତ୍ରିପାଠୀ, ମୁରଲୀ ପତି, ଗୌର ମହାପାତ୍ର, ବାସୁଦେବ ସା, ଶିବ ମେହେର, ଅନିଲ ମୋଦି, ଜୟପ୍ରକାଶ ପୁଝାରି, ସୁରୁଲାଲ ମଟାରୀ ଓ ଭୂମିକାର ସଦସ୍ୟମାନେ ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଶ୍ରୀ ମିଶ୍ର ସମସ୍ତ ବଲାଙ୍ଗୀର ବାସିଙ୍କୁ ଆସନ୍ତା ଜାନୁଆରୀ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ସମସ୍ତ କୋଶଳୀ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଅନୁରୋଧ କରିଛନ୍ତି ।