1. Best News : ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଆଦର୍ଶ ପଡା ବଲାଙ୍ଗିର ର ଯୋଜନା ବୈଠକ

0
69
ରାଜ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର , ( ୧୪/୦୮) : ବଲାଙ୍ଗୀର ରାଜ ବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ପ୍ରଥମେ ସ୍ବର୍ଗତ କାଳେଶ୍ବର ମିଶ୍ର ଓ ସ୍ବର୍ଗତ ରାଧେଶ୍ୟାମ ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ତା’ପରେ ଆଦର୍ଶ ପଡା ବଲାଙ୍ଗିର ର ଏକ ଯୋଜନା ବୈଠକ ଭାରତୀ ନୀଡ଼, ପ୍ରକୋଷ୍ଠରେ ଡା.ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପୂର୍ବ କାର୍ଯ୍ୟକ୍ରମର ସମୀକ୍ଷା, ଆୟବ୍ୟୟ ହିସାବ ଓ ଆଗାମୀ ନୂଆଁଖାଇ ଭେଟ୍ ଘାଟ ସେପ୍ଟେମ୍ବର ୨୪ ତାରିଖ ଦିନ ପାଳନ କରିବାପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି, ସ୍ବାସ୍ଥ୍ୟ,ଶିକ୍ଷା,କଳା, ସାହିତ୍ୟ, ଜଙ୍ଗଲ ଓ ପରିବେଶ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିଙ୍କୁ ପରିଷଦ ପକ୍ଷରୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନିଆଗଲା । ଖୁବ୍ ନିକଟରେ ଏ ସଙ୍ଗଠନ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଅଭାବୀ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରିବ ବୋଲି ନିଷ୍ପତ୍ତି ନେଇଥିଲା ।

ଉକ୍ତ ବୈଠକରେ ବୈଦ୍ୟ ଶିରୋମଣି ଝସକେତନ ଗୁରୁ, ଦୁର୍ବାଦଳ ଘିବେଲା, ରଞ୍ଜନ କୁମାର ପାଣିଗ୍ରାହୀ, ରମାକାନ୍ତ ସାହୁ, ରୁକ୍ମିଣ ପୋଢ, ଓମ୍ ପ୍ରଣବ ନାୟକ, ଶାନ୍ତନୁ କୁମାର ପୁଜାହାରୀ, ଅମ୍ବରୀଶ କୁମାର ଦାଶ, କୈଳାସ ଚନ୍ଦ୍ର ରଣା ଓ ସମ୍ପାଦକ କବିଶ୍ରୀ ନବକିଶୋର ବେହେରା ଉପସ୍ଥିତ ଥିଲେ । ରଞ୍ଜନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।