ଠାକୁରଙ୍କ ବିଷୟରେ କହି ଲୁଟିନେଲେ ସୁନା ସହ ୮ ହଜାର ଟଙ୍କା

0
45
ଠାକୁରଙ୍କ ବିଷୟରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୩୧/୧୨) : ଅଭିନବ ଉପାୟରେ ଟଙ୍କା ଲୁଟ । ଠାକୁରଙ୍କ ନାଁ ରେ ଲୁଟିନେଲେ ସୁନା ସହ ଆଠ ହଜାର ଟଙ୍କା

ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହର ମିନାବଜାରରେ । କାମାକ୍ଷାନଗରର ଦୁଇ ମା ଝିଅ ମୋବାଇଲ ସଜାଡିବାକୁ ଆସିଥିଲେ । ଏହି ସମୟରେ ଦୁଇଜଣ ଭଣ୍ଡ ଆସି ତାଙ୍କୁ ଠାକୁରଙ୍କ ବିଷୟରେ କହି ସୁନା ଟଙ୍କା ଲୁଟି ଯାଇଥିଲେ । ସୂଚନା ମୁତାବକ ୫୦ ଗ୍ରାମ ସୁନା ସହ ୮ ହଜାର ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା । ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।