ପିଟି ଦେଲା ଅଜଣା ଗାଡ଼ି, ଚାଲିଗଲା ଦୁଇ ଜୀବନ

0
49
ପିଟି ଦେଲା ଅଜଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୩୧/୧୨) : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ Mv-୯୬ ଗାଁ ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଛନ୍ତି ଦୁଇ ବାଇକ୍‌ ଆରୋହୀ ।

ମୃତକଦ୍ୱୟ ଇଡିକୋଣ୍ଡା ଗାଁ’ର ବୋଲି ଜଣାଯାଇଛି । ତେବେ ସେମାନଙ୍କ ନାଁ ଜଣାପଡ଼ିନି । ମୃତକଦ୍ୱୟ ଆଜି ସକାଳେ ମାଲକାନଗିରିରୁ ନିଜ ଗାଁକୁ ଫେରୁଥିଲେ । ମାତ୍ର Mv-୯୬ ଗାଁ ନିକଟ ୩୨୬ ଜତୀୟ ରାଜପଥରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଲା । ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ କାଲିମେଳା ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷିତ କରିଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି । ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।