ତୃତୀୟ ଦିବସରେ ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ

4
64
ତୃତୀୟ ଦିବସରେ ମୁରିବାହାଲ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩୧/୧୨) : ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ଚାଲିଥିବା ପଞ୍ଚମ ବାର୍ଷିକ ବିରାଟ ଧନୁଯାତ୍ରା ମହୋତ୍ସବର ତୃତୀୟ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 12 31 At 19.40.15

ଆୟୋଜକ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ମୁରିବାହାଲ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ ମୁଖ୍ୟ ଅତିଥି, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୁପେ କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ବ୍ଲକ ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ଆତ୍ମା ଅଧ୍ୟକ୍ଷ ତଥା ମୁରିବାହାଲ ମଣ୍ଡଳ ସଭାପତି ସୁରେଶ ଭୋଇ, ଅବସରପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଧୀର କୁମାର ପାଣି, ଭାରତୀୟ ସୈନିକ ବିଭାଗ ମେଜର ତ୍ରିଗତ ମଲ୍ଲିକ, ପ୍ରଧାନ ଶିକ୍ଷକ ଲମ୍ବୋଦର ଭୋଇ, ହଳଦୀ ବିଜେପି ମଣ୍ଡଳ ସମ୍ପାଦକ କୈବଲ୍ୟ ବେହେରା, ଆୟୋଜକ କମିଟି ସମ୍ପାଦକ ଭରତ ଦାସ, ଉପସଭାପତି ଶ୍ୟାମସୁନ୍ଦର ଝାଙ୍କର ଓ ସାଂସ୍କୃତିକ ସମ୍ପାଦକ ଖଗେଶ୍ୱର ସାହୁ ପ୍ରମୁଖ ରାଜ ଅତିଥି ରୁପେ ଉପସ୍ଥିତ ଥିଲେ । ଏଥିରେ ଦେବକୀଙ୍କ ଷଢ଼ପୁତ୍ର ବିନାଶ ଓ କଂସଙ୍କ ଦ୍ଵାରା ସ୍ୱର୍ଗପୁର ମଞ୍ଚସ୍ଥ ହୋଇଥିଲା । ସେହିପରି ଗୋପପୁର ବନବାହାଲରେ ବଳରାମଙ୍କ ଜନ୍ମ ଉତ୍ସବ ମଞ୍ଚସ୍ଥ ହୋଇଥିଲ ।

“ଏହି ଅବସରରେ ଅଯୋଧ୍ୟାରେ କରସେବା କରିଥିବା ଏହି ବ୍ଲକ ହଳଦୀ ମାଟିର ସୁଯୋଗ୍ୟ ସନ୍ତାନ ସାଧୁରାମ ପାଣିଗ୍ରାହୀଙ୍କୁ କମିଟି ପକ୍ଷରୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ମୁରିବାହାଲର ଡାକ୍ତର (ଆୟୁଷ ଏମଡି )ଡାକ୍ତର ଚିନ୍ମୟୀ ମହାନ୍ତି ଆଉଜଣେ ଡାକ୍ତରୀ ଛାତ୍ରୀ କୁମାରୀ ଅଲିଶା ପ୍ରିୟଦର୍ଶିନୀ କରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ ମୁରିବାହାଲ ଧନୁଯାତ୍ରା ମହୋତ୍ସବ କମିଟିର କାର୍ଯ୍ୟକାରୀ” “ସଭାପତି ରାଜୀବ କୁମାର ମହାନ୍ତି, ବିଶ୍ୱବିହାରୀ ଯୋଶୀ, ସୁଦାମ ସାହୁ, ସାଧାରଣ ସମ୍ପାଦକ ତରୁଣ ପୋଢ଼, ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ଦିବ୍ୟସୁନ୍ଦର ସାହୁ, ପ୍ରେମାନନ୍ଦ ମାଝୀ, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ, ରମାରଞ୍ଜନ ପାତ୍ର, ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ, ସାଂସ୍କୃତିକ ସମ୍ପାଦକ ରମେଶ କୁମାର ନାଗ, ବୈରାଷ୍ଟ୍ର ପୋଢ଼, ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ, ଆବାହକ ବାବୁଲାଲ କେତକୀ, ଯାଞ୍ଚ ଅଧିକାରୀ ଅନୀଲ କୁମାର ଶର୍ମାଙ୍କ ସହ କମିଟିର ସମସ୍ତ କର୍ମକର୍ତ୍ତା ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ।”

4 COMMENTS

Comments are closed.