ମୁରିବାହାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ବ୍ଲକର ୧୧ଟିରୁ ୮ଟି ପେକ୍ସ ପରିଦର୍ଶନ

0
42
ମୁରିବାହାଲ ବ୍ଲକ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୦/୦୧) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ବ୍ଲକ ଅଞ୍ଚଳର ସମସ୍ତ ୨୨ଟି ପଞ୍ଚାୟତରେ ଥିବା ୧୧ଟି ପେକ୍ସରୁ ବୁଧବାର ପ୍ରଥମ ଦିନରେ ୮ଟି ପେକ୍ସକୁ ପରିଦର୍ଶନ କରାଯାଇଥିଲା।

ମୁରିବାହାଲ ବ୍ଲକ କୃଷକ ସଙ୍ଗଠନ ସଭାପତି ଚକ୍ରଧର ହେର୍ଣା, କାର୍ଯକାରୀ ସଭାପତି ମଦନମୋହନ କୁମ୍ଭାର, ଉପସଭାପତି ତୀର୍ଥ ହାତୀ ଓ କୈଳାସ ପ୍ରଧାନୀଙ୍କ ନେତୃତ୍ବରେ ସଙ୍ଗଠନ ସଦସ୍ୟ ଏହି ପେକ୍ସ ସବୁ ପରିଦର୍ଶନ କରିଥିଲେ । ସେମାନେ ପ୍ରଥମ ଦିନରେ ବ୍ଲକର ଇଚ୍ଛାପଡ଼ା, ଗୁଡିଘାଟ, ବଡସାଇମରା, ପତ୍ରାପାଲି (କ), ଗୋଈମୁଣ୍ଡ, ଲେବଡା ଓ ହଳଦୀ ଆଦି ପେକ୍ସ ପରିଦର୍ଶନ କରି ଉପସ୍ଥିତ ଧାନଚାଷୀ, ପେକ୍ସ ସମ୍ପାଦକ, ଡିଇଓ ଓ ଶ୍ରମିକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଲେବଡା ସମେତ କେତେକ ପେକ୍ସରେ ଅଧିକ ଧାନ ଗଚ୍ଛିତ ଥିବାରୁ ଅଧିକ ଟୋକନ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବୀ କରିଥିଲେ ।

ଦାୟିତ୍ୱରେ ଥିବା ଅଧିକାରୀ ଓ ମିଲର୍ସଙ୍କ ସଲାସୁତୁରାରେ ଅଧିକ କଟନି ଛଟନି ନାଁ’ରେ ଧାନ ଚାଷୀଙ୍କୁ ଅତ୍ୟଧିକ ଶୋଷଣକୁ କେବେ ବି ବରଦାସ୍ତ କରାଯିବ ନାହିଁ ବୋଲି ଉପସ୍ଥିତ ଅଧିକାରୀଙ୍କୁ ସଙ୍ଗଠନ କର୍ମକର୍ତା ଚେତାବନୀ ଦେଇଥିଲେ।ପରେ ଅନ୍ୟଦିନ ବ୍ଲକର ମାଳିଶିରା, ବାଙ୍କେଲ ଓ ତେନ୍ତୁଳିଖୁଣ୍ଟି ପେକ୍ସକୁ ମଧ୍ୟ ସଙ୍ଗଠନ କର୍ମକର୍ତ୍ତା ପରିଦର୍ଶନରେ ଯାଇ ଧାନବିକ୍ରି କରୁଥିବା ଚାଷୀଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବେ ବୋଲି କାର୍ଯ୍ୟକାରୀ ସଭାପତି ଶ୍ରୀ କୁମ୍ଭାର ପ୍ରକାଶ କରିଛନ୍ତି ।