ଘର ପାଖରେ ଖେଳୁଥିବା ବେଳେ ୩ ବର୍ଷର ଶିଶୁପୁତ୍ର ନିଖୋଜ

1
70
ଘର ପାଖରେ ଖେଳୁଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୨/୦୧) : ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁ’ରେ ଏକ ୩ ବର୍ଷର ଶିଶୁପୁତ୍ର ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି ।

ଗତକାଲି ନୂଆବର୍ଷର ପ୍ରଥମ ଦିନରେ ଘଟିଛି ଏହି ଘଟଣା । ନିଖୋଜ ଶିଶୁ ଜଣଙ୍କ ହେଉଛନ୍ତି ରାଇପୁର ଗାଁ’ର ମୋହନ ସାହୁଙ୍କ ପୁଅ ଶୁଭମ୍ । ପରିବାର ଲୋକ ଓ ଗ୍ରାମବାସୀ ଗାଁ’ର ବିଭିନ୍ନ ପୋଖରୀ, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଏପରିକି ପୁଲିସ ଓ ଅଗ୍ନିଶମ ବାହିନୀ ଗାଁ’ରେ ଥିବା ପୋଖରୀରେ ସର୍ଚ୍ଚ ଅପରେସନ କରିଥିଲେ । ତଥାପି ଶୁଭମଙ୍କ ପତ୍ତା ମିଳି ପାରି ନଥିଲା । ଶୁଭମଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି । ପୁଲିସ୍ ସନ୍ଧାନୀ କୁକୁରର ସାହାଯ୍ୟ ନେଇଥିଲା । ସନ୍ଧାନୀ କୁକୁର ଘର ଠାରୁ ସିଧା ରେଳଷ୍ଟେସନ ଯାଏଁ ଯାଇଥିଲା ।

1 COMMENT

Comments are closed.