ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ହତ୍ୟା

0
45
ଗାଁ ଦାଣ୍ଡରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡ଼ା, (୦୩/୦୧) : ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ସାରଙ୍ଗଲୋଇ ପଞ୍ଚାୟତ ପତ୍ରାପାଲି ଗାଁ ଦାଣ୍ଡରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ହତ୍ୟା । ମୃତ ଯୁବକଙ୍କ ନାଁ ବିପିନ ଭୋଇ । ତାଙ୍କୁ ୨୫ ବର୍ଷ ହୋଇଥିଲା । ତାଙ୍କ ଘର ପତ୍ରାପାଲି ଗାଁ’ରେ । ସେହି ଗାଁ’ର ସତିଆ କିଶାନ ଓ ତାଙ୍କ ପରିବାରର ସଦସ୍ୟମାନେ ମିଶି (ମୋଟ ୬ ଜଣ) ବିପିନଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ବିପିନଙ୍କ ପତ୍ନୀ ସୋନାଲି ଭୋଇ ଲିଖିତ ଅଭିଯୋଗ କରିଛନ୍ତି । ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର ଓ ଲଇକେରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ଏଥିରେ ସେମାନଙ୍କୁ ସାଇଣ୍ଟିଫିକ ଟିମ୍‌ ସହାୟତା କରିଛି । ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏସ୍‌ଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ପ୍ରାଥମକି ତଦନ୍ତରୁ ଜଣାପଡ଼ିଛି ଯେ ବିପିନ ଭୋଇ ଓ ସତିଆ କିଶାନଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ସେହି ସମୟରେ ସତିଆ କିଶାନଙ୍କ ପରିବାର ଲୋକେ ସଂଘବଦ୍ଧ ଭାବେ ବିପିନଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ସତିଆ କିଶାନଙ୍କ ପରିବାରର କିଛି ସଦସ୍ୟଙ୍କୁ ଅଟକ ରଖାଯାଇଛି । ସେମାନଙ୍କୁ ପଚରାଉଚରା କରାଯିବ । ଯେଉଁମାନେ ଏହି ହତ୍ୟାକାଣ୍ଡରେ ସାମିଲ ଥିବେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ।