ବ୍ଳକ ସ୍ତରୀୟ ନୁଆ-ଓ କ୍ରୀଡ଼ା କାର୍ଯ୍ୟ କ୍ରମ ଉଦଘାଟନ

0
48
ବ୍ଳକ ସ୍ତରୀୟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୪/୦୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ନୂଆ-ଓ କ୍ରୀଡ଼ା କାର୍ଯ୍ୟକ୍ରମ ଜଗନ୍ନାଥ ପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଉଦଘାଟନ ହୋଇଥିଲା ।WhatsApp Image 2024 01 04 at 16.48.19 ବ୍ଳକ ସ୍ତରୀୟ ନୁଆ-ଓ କ୍ରୀଡ଼ା କାର୍ଯ୍ୟ କ୍ରମ ଉଦଘାଟନ

ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିଲେ । ସମ୍ମାନୀୟ ଅତିଥି କ’ ଜନ ଜିଲ୍ଲା ପରିଷଦ ବି ଭରା ପ୍ରସାଦ ରାଓ, ଉପାଧ୍ୟକ୍ଷ ଦମ୍ବୁରୁ କଞ୍ଜକା, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଉପସଭାପତି ବନମାଳୀ କାଡ୍ରାକା, ଲ୍ୟାମ୍ପ ସଭାପତି ଶଙ୍କର ହୁଇକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ, ଏଇ ସବ୍ୟସାଚୀ ନାୟକ, ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷତ୍ରୀ କଳ୍ପନା ସୁନାନୀ, ବ୍ଳକ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି ଓ ସୁନାଖଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ସଞ୍ଜୟ ନିଶିକା ସମେତ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ମାନେ ମଞ୍ଚାସିନ ରହିଥିଲେ । ଏହି ନୂଆ-ଓ କ୍ରୀଡା କାର୍ଯ୍ୟକ୍ରମ ଚଳିତ ମାସ ୪/୧ରିଖ ଠାରୁ ୬/୧ ରିଖ ୩ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ଏହି କ୍ରୀଡା ଉତ୍ସବରେ କ୍ରିକେଟରେ ୭ଟି ଦଳ, କୋକ ରେ ୩ଦଳ, କବାଡି ରେ ୪ ଦଳ ଓ ବୋଳିବଲ ରେ ୫ଟି ଦଳ ଭାଗଣେଇଥିବା ସୂଚନା ମିଳିଛି । ବ୍ଳକ ସ୍ତରରେ ଯେଉଁ ଦଳ ବିଜୟ ହାସଲ କରିବ ସେହି ଦଳ ଜିଲ୍ଲା ସ୍ତରରେ ଖେଳିବ ବୋଲି ଜଣାପଡିଛି । ଏହି ବ୍ଳକ ସ୍ତରୀୟ ନୂଆ-ଓ କ୍ରୀଡା କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ବିଶ୍ୱନାଥ କାଡ୍ରାକା ଓ ଗୁରୁପ୍ରସାଦ ପବିତ୍ର ମୋହନ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ, ଅଗ୍ନିଶମ ବିଭାଗ ତ କର୍ମଚାରୀ, ପୁଲିସ ପ୍ରଶାସନ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।