ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଛି ବିଜେପି

0
38
ଚାଷ ଓ ଚାଷୀଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୦୫/୦୧) : ଆଜି ଆଠ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ । ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲାବ୍ୟାପୀ ବନ୍ଦ ଡାକରା ଦେଇଛି ବିଜେପି ।

ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ଦୋକାନ ବଜାର, ଚକ ଅଖ, ସରକାରୀ ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ , ବିଦ୍ୟାଳୟ ଓ ଜିଲ୍ଲାର ସମସ୍ତ ମଣ୍ଡି ବନ୍ଦ ରହିଛି । ସକାଳ ୬ ଟା ରୁ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିଛି ବଜାରଘାଟ । ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀ ମାରଣା ନୀତି, ଶୋଷଣ ଓ କଷଣ ବିରୋଧରେ ରାଜରାସ୍ତାକୁ ଉହ୍ଲାଇଛି ବିଜେପି । ଧାନ କିଣାରେ ବ୍ୟାପକ ଦୁର୍ନୀତି ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଜିଲ୍ଲାର ଖଡ଼ିଆଳ କୋମନା ବୋଡ଼େନ ସିନାପାଲି ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛି ବିଜେପି । ଏହି ବନ୍ଦ ଦ୍ଵାରା ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି ।