ପାରିବାରିକ କଳହ ଯୋଗୁଁ ଗର୍ଭବତୀ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

0
50
ପାରିବାରିକ କଳହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୦୫/୦୧) : ପାରିବାରିକ କଳହକୁ ନେଇ ୮ ମାସ ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟାକଲା ସ୍ବାମୀ l ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଡୁକୁମ ପଞ୍ଚାୟତର ଘଡାବାଙ୍ଗିରି ଗାଁ’ରେ l

ପାରିବାରିକ କଳହକୁ ନେଇ ୮ ମାସ ଗର୍ଭବତୀ ରିତାଙ୍କୁ ତାଙ୍କସ୍ବାମୀ ଲକ୍ଷ୍ମଣ ମାଣ୍ଡିକା ଗତକାଲି ରାତିରେ ହତ୍ୟା କରିଥିବା ରିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ମୃତ୍ୟୁ ରିତା ଓ ତାଙ୍କ ସ୍ବାମୀ ଲକ୍ଷ୍ମଣଙ୍କ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ବଚସା ହେଉଥିଲା l ଗତକାଲି ରାତି ରିତା ଅସୁସ୍ଥ ଥିବା ନେଇ ରିତାଙ୍କ ପରିବାରକୁ ଖବର ଆସିଥିଲା । ସେମାନେ ସେଠାକୁ ଯାଇ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ହେଲେ ମେଡ଼ିକାଲ ଆଣିବା ପୂର୍ବରୁ ରିତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ତେବେ ରିତାଙ୍କ ବେକରେ ରଶି ଚିନ୍ହ ଦେଖେ ମେଡ଼ିକାଲ ପକ୍ଷରୁ ବିଷମକଟକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମେଡ଼ିକାଲରେ ପୋଲସ ପହଞ୍ଚି ଶବ ଜବତ କରିବା ସହ ଏହାର ତଦନ୍ତ ଆରମ୍ବ କରିଛି । ତେବେ ମୃତ୍ୟୁ ପୂର୍ବରୁ ରିତା ୮ ମାସ ଗର୍ଭବତୀ ଥିବା ବେଳେ ତାଙ୍କସ୍ବାମି ହିଁ ତାଙ୍କୁ ହତ୍ୟା କରିଥିବା ରିତାଙ୍କ ଭାଉଜ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି l