ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକ ମୃତ, ଜଣେ ଗୁରୁତର

0
41
ଟ୍ରାକ୍ଟର ଧକ୍କାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୦୬/୦୧) : ଏକ ଟ୍ରାକ୍ଟର ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ପାଡୁଆ ଥାନା ହାଟଗୁଡ଼ା ଗାଁ’ରେ ଘଟିଛି ଏହି ଦୁର୍ଘଟଣା ।

ଆଜି ସନ୍ଧ୍ୟାରେ ଏକ କାଠ ବୋଝେଇ ଟ୍ରାକ୍ଟର ହାଟଗୁଡ଼ା ସ୍ଥିତ ଏକ ଛାତ୍ରାବାସ ଅଭିମୁଖେ ଯାଉଥିଲେ । ଟ୍ରାକ୍ଟରଟି ଛାତ୍ରାବସ ପରିସରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ପାଡୁଆ ଅଞ୍ଚଳରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା । ବାଇକ୍‌ରେ ତିନି ଜଣ ଯୁବକ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅନ୍ୟ ୨ ଗୁରୁତର ଆହତଙ୍କୁ ଲମତାପୁଟ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣେ ସେଠାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଟ୍ରାକ୍ଟରଡ୍ରାଇଭର ଫେରାର ହୋଇ ଯାଇଛନ୍ତି । ସେ ଟ୍ରାକ୍ଟରକୁ ବାକାପୁଟ ଗାଁ ନିକଟରେ ଛାଡ଼ି ଫେରାର ହୋଇଯାଇଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି ।