ବାଘପାଲି ରେ ପ୍ରସିଦ୍ଧ ବକୁଳ ମହୋତ୍ସବ ଉଦଘାଟିତ

0
50
ବାଘପାଲି ରେ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୬/୦୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବାଘପାଲି ଶ୍ରୀ ଶ୍ରୀ ଚନ୍ଦ୍ରମଣି ଦାସ ସମାଧି ପୀଠ ଠାରେ ପ୍ରସିଦ୍ଧ ବକୁଳ ମହୋତ୍ସବ ଉଦଘାଟିତ ହୋଇଯାଇଛି ।

ବାଘପାଲି ରେ ପ୍ରସିଦ୍ଧ ବକୁଳ ମହୋତ୍ସବ କମିଟି ସମ୍ପାଦକ ମକୁନ୍ଦ ଧରୁଆଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବରେ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ମନୋରଞ୍ଜନ ପାଢୀ, ପୂର୍ବତନ ସଭାପତି ପଞ୍ଚାନନ ପଣ୍ଡା, ଯୁବ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଓ ଯୁବ ସାମ୍ବାଦିକ ରାଜେଶ କୁମାର ବାଘ ଯୋଗ ଦେଇଥିଲେ । ଏହି ମହୋତ୍ସବ ଆଜି ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ । ଏହି ଅବସରରେ ସପ୍ତାହ ପାରାୟଣ,କଳଶ ଶୋଭାଯାତ୍ରା, ପ୍ରବଚନ, ଗୀତ, ନୃତ୍ୟ, ସଭା, କବି ସମ୍ମିଳନୀ, ସାରସ୍ୱତ ସମାରୋହ, କବିତା ଆସର, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ବାଘପାଲି ୟୁପି ସ୍କୁଲ୍, ଖୁଣ୍ଟୁଲାପାଲି ୟୁପି ସ୍କୁଲ୍, ଗୋଲାବନ୍ଧ ୟୁପି ସ୍କୁଲ୍, ହରିଣାପାଲି ୟୁପି ସ୍କୁଲ, ଖୁଣ୍ଟୁଲାପାଲି ଶ୍ରୀ ଅରବିନ୍ଦ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଶହଶହ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।