ପୁଣି ସକ୍ରିୟ ଜନ୍ତୁ ଶିକାରୀ, ୧୮ ଟି ବାଘ ନଖ ସହ ୬ଟି ଦାନ୍ତ ଜବତ

0
32
ପୁଣି ସକ୍ରିୟ ଜନ୍ତୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୦୬/୦୧) : ମାଲକାନଗିରିରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଜଙ୍ଗଲ ଜନ୍ତୁ ଶିକାରୀ । ୧୮ ଟି ବାଘ ନଖ ସହ ୬ଟି ଦାନ୍ତ ଜବତ କରିଛି ବନ ବିଭାଗ

ପୁଣି ସକ୍ରିୟ ଜନ୍ତୁ ଶିକାରୀ, ୧୮ ଟି ବାଘ ନଖ ସହ ୬ଟି ଦାନ୍ତ ଜବତ । ଏହା ସହ ୫ ଶହ ମିଲିଗ୍ରାମର ବାଘ ତେଲ ଓ ୬ ଟି ବାଘ ଛାଲ ମଧ୍ୟ ଜବତ ହୋଇଛି । ଗତ ୩ ତାରିଖ ଦିନ ମାଥିଲି ଅଞ୍ଚଳରେ ରବି ଶବର ନାମକ ଜଣେ ଯୁବକ ଶିକାର ପରେ ଏସବୁ ବିକ୍ରୟ କରୁଥିବା ସୂଚନା ପାଇଥିଲା ବନ ବିଭାଗ । ଖବର ପାଇ ମାଲକାନଗିରି ବନ ବିଭାଗ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରିଥିଲା । ଜବତ ହୋଇଥିବା ସମସ୍ତ ଦାନ୍ତ ଓ ଛାଲ କୁ ଟେଷ୍ଟି ପାଇଁ ଲେବକୁ ପଠାଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଗିରଫ କରି ଜେଏଫଏମ କୋର୍ଟ ମାଥିଲିଙ୍କ ନିକଟରେ ହାଜର କରାଯାଇଥିଲା ବେଳେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଜେଲକୁ ପଠାଯାଇଛି ।