ପ୍ରଧାନମନ୍ତ୍ରୀ ଯନମନ ଯୋଜନା କାର୍ଯ୍ୟକ୍ରମ

0
60
ପ୍ରଧାନମନ୍ତ୍ରୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୭/୧) : ପ୍ରଧାନମନ୍ତ୍ରୀ ଯନମନ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସୁନାଖଣ୍ଡି ଓ ପରସାଲି ପଞ୍ଚାୟତରେ ବସବାସ କରୁଥିବା ଆଦିମ ଜନଜାତିର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ଓପିଲିପି ଡିକେଡିଏ ପାର୍ଶାଲିର ଛୋଟ ପ୍ରୟାସ ।ପ୍ରଧାନମନ୍ତ୍ରୀ

ଆଜିର ଦିନରେ ଚନ୍ଦ୍ରଜାନ -୩ ଚନ୍ଦ୍ରରେ ଅବତରଣ କଲା ବେଳକୁ ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ଅନ୍ତର୍ଗତ ପାର୍ଶାଲି ଓ ସୁନାଖଣ୍ଡି ପଞ୍ଚାୟତର ଜଙ୍ଗଲିଆ ପଥୁରିଆ ପାହାଡ ଘେରା ପ୍ରକୃତିର କୋଳରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ୩୦ଟି ଛୋଟ ବଡ ଗ୍ରାମ ଏପର୍ଯ୍ୟନ୍ତ ନିଜର ପାରମ୍ପରିକ ଧର୍ମୀୟ ବିଶ୍ବାସ, ପାରମ୍ପରିକ ପୋଷାକ ପରିଧାନ, ପାରମ୍ପରିକ ପୋଡୁଚାଷକୁ ଜୀବନ ଜୀବିକାର ପନ୍ଥା ଭାବେ ଅପରିବର୍ତ୍ତିତ ରଖିବା ସହିତ ପାରମ୍ପରିକ ପର୍ବ ପର୍ବାଣୀରେ ସଲପ ରସରେ ମତୁଆଲା ନିଶାରେ, ଡାପୁ ଟାମକ ତାଳେ ତାଳେ ନିଜକୁ ହଜାଇ ଦେଇ ଥାଆନ୍ତି । ଏତିକିରେ ସେ ଖୁସି । ଏପଟେ ସମାଜର ପରିବର୍ତ୍ତନିୟ ସାମାଜିକ ସ୍ଥିତିରେ ନିଜକୁ ସାମିଲ କରିବାରେ ଜଡତା, ଆର୍ଥିକ ଦୂରାବସ୍ଥା, ନିରକ୍ଷରତା, କୁସଂସ୍କାର, ପୁଷ୍ଟିହୀନତାର ଶିକାର, ପାରିପାର୍ଶ୍ୱିକ ଶୋଷଣ ଜାଲରେ ଛନ୍ଦିହୋଇ ସମାଜର ମୂଖ୍ଯ ସ୍ରୋତରେ ନିଜକୁ ସାମିଲ୍ କରିବାକୁ ଅସମର୍ଥ ।

ଏହାସବୁ ଅବସ୍ଥାକୁ ପାଥେୟ କରି ସରକାରଙ୍କର ଓପିଲିପି ବା ଓଡିଶା ଆଦିମ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ ଜରିଆରେ ବିଗତ ଛଅ ବର୍ଷ ଧରି ବହୁବିଧ ଉନ୍ନତୀକରଣ କାର୍ଯ୍ୟକ୍ରମ ଏହିଭିଳ ଦୁର୍ଗମ ଅଞ୍ଚଳରେ କରାଯାଇଛି । ପ୍ରଧାନମନ୍ତ୍ରୀ ଯନମନ ଯୋଜନାର ରାଇଲିମା ଗ୍ରାମରେ କରାଯାଇଥିବା ସଚେତନ କାର୍ଯ୍ୟକ୍ରମ ଏକ ଜ୍ବଳନ୍ତ ଉଦାହରଣ । ଏହି କାର୍ଯ୍ୟକ୍ରମରେ ଡିକେଡିଏ ପାର୍ଶାଲିର ସ୍ବତନ୍ତ୍ର ଅଧିକାରୀ ଶ୍ରୀଯୁକ୍ତ ମାଝୀ, ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ଫିଲିପ୍ ବାଗ୍, କେସିଙ୍ଗପୁର ପଞ୍ଚାୟତ ସମିତିର ଗୋଷ୍ଠୀଉନୟନ ଅଧିକାରୀ, ସେଛାସେବି ଅନୁଷ୍ଠାନର ସିନୋ ଦୋଳଗୋବିନ୍ଦ ନାୟକ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇ ଥିଲେ ।

ପ୍ରଥମେ ଦୋଳଗୋବିନ୍ଦ ନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ସାଗତ୍ ସଂଗୀତ ଗାନ କରିଥିଲେ। ତାପରେ ଫିଲିପ୍ ବାଗ୍ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସମସ୍ତ ଉଦେଶ୍ୟ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଥିଲେ । ସ୍ବତନ୍ତ୍ର ଅଧିକାରୀ ଶ୍ରୀଯୁକ୍ତ ମାଝୀ ସମସ୍ତ ଡଙ୍ଗରିଆ ପିଲାମାନଙ୍କର ପାଠପଢା, ଜୀବିକାର ଉନ୍ନତିକରଣ, ଇନ୍ଦିରାଆବାସ ନିଜେ ଦାୟିତ୍ବ ନେଇ ଠିକ୍ ଭାବେ କରିବା ପାଇଁ ବିଶେଷ ବୂଝାଇ ଥିଲେ । ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଗ୍ରାମ ବାସୀଙ୍କ ସହଯୋଗ, ପରାମର୍ଶ, ଓ ଉଚିତ୍ ତଥ୍ଯ ପ୍ରଦାନ କରିବାକୁ ବୁଝାଇ ଥିଲେ । ତାଛଡା ଗ୍ରାମ ପରିଦର୍ଶନ କରି ଲୋକମାନଙ୍କ ସହ ଆଲୋଚନା କରି ବିଶେଷ ଅସୁବିଧା ବୁଝିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରାଯାଇ ଥିଲା ।