ମନ୍ତ୍ରୀଙ୍କ ଗାଡି ଧକ୍କାରେ ବାଳକ ଆହତ

0
85
ମନ୍ତ୍ରୀଙ୍କ ଗାଡି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୬/୦୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ବେଳକଣା ଠାରେ ମନ୍ତ୍ରୀଙ୍କ ଗାଡି ଧକ୍କାରେ ବାଳକ ଆହତ ହୋଇଥିବା ଦେଖିବାକୁ ମିଳିଛି ।WhatsApp Image 2024 01 07 at 07.14.59 ମନ୍ତ୍ରୀଙ୍କ ଗାଡି ଧକ୍କାରେ ବାଳକ ଆହତ

ମନ୍ତ୍ରୀଙ୍କ ଗାଡି ଧକ୍କାରେ ବାଳକ ଆହତ । ଆଜି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଜଗନ୍ନାଥପୁର ବିଦ୍ୟାଳୟରେ ନୂଆ-ଓ କ୍ରୀଡ଼ା ଉଯାପିତ କାର୍ଯ୍ୟକ୍ରମରେ ଯୋଗଦେଇ କୋଲନରା ଯାଉଥିବା ବେଳେ ବେଳକଣା ଗାଁ ଛକରେ ଗି ନବୀନ ବୟସ (୪) ବିଷମକଟକ ବ୍ଲକ ଢେପାଗୁଡା ଗାଁ ଗି ସୁଧୀର ଙ୍କ ପୁଅ ବୋଲି ଜଣାପଡ଼ିଛି । ନୂଆ ବର୍ଷ ପାଳିବା ପାଇଁ ବେଳକଣା ଗାଁ ନିଜ ଅଜା ଗି ରାମୁଲୁ ଘରକୁ ନୂଆ ବର୍ଷ ପାଳିବା ପାଇଁ ଆସିଥିଲେ । ପ୍ରଶାସନ ପକ୍ଷରୁ ସଡକ ସୁରକ୍ଷା ପାଳନ ଓ ଡ୍ରାଇଭର ମହାସଂଘ ବନ୍ଦ ଡ଼ାକରା ଦେଇଥିବା ବେଳେ ମନ୍ତ୍ରୀଙ୍କ ଡ୍ରାଇଭର ଏହିପରି ଦୁର୍ଘଟଣା ଘଟାଇଥିବାରୁ ସାଧାରଣ ରେ ନାହଁ ନ ଥିବା ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।