ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ

0
59
ହାତୀ ଆକ୍ରମଣରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୭/୦୧) : ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ନିକଟରେ ଏହି ଘଟଣା ଘଟିଛି ।

ମୃତ ବ୍ୟକ୍ତିଙ୍କ ନାଁ ବ୍ରହ୍ମାନନ୍ଦ ନାଏକ । ସେ ଚାଉଳିଆ ଗାଁ’ର ବାସିନ୍ଦା ଥିଲେ । ଧାନବିଲକୁ ଯାଉଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ବ୍ରହ୍ମାନନ୍ଦ । ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନବିଭାଗ ଅଧିକାରୀ । ସେମାନେ ଘଟଣାର ତଦନ୍ତ କରୁଛନ୍ତି । ଦନ୍ତାହାତୀଟି କିଛି ଦିନ ହେବ ଚାଉଳିଆ ଆଖପାଖ ଅଞ୍ଚଳରେ ବୁଲୁଛି । ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ଦନ୍ତାହାତୀଟିକୁ ଘଉଡ଼ାଇବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।