ଢେଙ୍କାନାଳ ବାଣିଜ୍ୟ ସଂଘ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା

0
194
ଢେଙ୍କାନାଳ ବାଣିଜ୍ୟ ସଂଘ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୩/୦୧) : ଆଜି ତା ୧୩/୦୧/୨୨ ରିଖ ଢେଙ୍କାନାଳ ବାଣିଜ୍ୟ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଏହି ସଚେତନତା ରଥ ଟିକୁ ସହର ପରିକ୍ରମା କରାଯାଇଛି ।WhatsApp Image 2022 01 14 at 8.52.18 AM ଢେଙ୍କାନାଳ ବାଣିଜ୍ୟ ସଂଘ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା

ଜିଲ୍ଲାପାଳ ସରୋଜ କୁମାର ସେଠି ଓ ପୌର ନିବାହି ଅଧିକାରୀ ଅତୁନ କୁମାର ସାମନ୍ତ ଙ୍କ ଉପସ୍ଥିତ ରେ ଏହି ସଚେତନତା ରଥ ଟି ଓମିକ୍ରନ ଭାଇରସ ବିଷୟ ରେ ସଚେତନତା ସୃଷ୍ଟି କରିବା ପାଇଁ ଢେଙ୍କାନାଳ ସହରରେ ପରିକ୍ରମା କରିଛି । ମାସ୍କ ପିନ୍ଧନ୍ତୁ, ସାନିଟାଈଜ ବ୍ୟବହାର କରନ୍ତୁ, ଦୂରତା ବଜାଇ ରଖନ୍ତୁ ବୋଲି ଏହି ସଚେତନତା ରଥ ଟି ଢେଙ୍କାନାଳ ସହର ସାରା ପ୍ରଚାର କରିଥିଲା । ଏହି କାର୍ଯ୍ୟକ୍ରମ ରେ ଢେଙ୍କାନାଳ ବାଣିଜ୍ୟ ସଂଘ ର ପ୍ରେସିଡେଣ୍ଟ ରାଜେନ୍ଦ୍ର ଦାସ, ମନୋଜ ଆଗ୍ରୟାଲା, ମହେଶ ଅଗ୍ରୱାଲ, ଜିତେଶ କୋଟକ, ବିମଲ ପଦାର ଓ ଦେବେନ୍ଦ୍ର ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।