ସୁବର୍ଣ୍ଣ ଲୋକ ମହୋତ୍ସବ ର ତୃତୀୟ ସନ୍ଧ୍ୟା, ବଜା ଗଜା ନାଚ ଗୀତ ଥି ଦୁଲକିଲା ମଞ୍ଚ

0
60
ସୁବର୍ଣ୍ଣ ଲୋକ ମହୋତ୍ସବର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୧) : ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ -୨୦୨୪ର ତୃତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇ ଯାଇଛି l

ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୂଖ୍ୟ ଅତିଥି, ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏଡିଏମ୍ ସୂର୍ଯ୍ୟନାରାୟଣ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସୁବର୍ଣ୍ଣପୁର ର କଳା ସଂସ୍କୃତି ପର୍ଯ୍ୟଟନ କୁ ଉଚ୍ଚ ପ୍ରଶଂସା କରିଥିଲେ l ଜିଲ୍ଲା ଉନ୍ନୟନ ଓ ପଲ୍ଲୀଶ୍ରୀ ମେଳା କୁ ସମସ୍ତ ଅତିଥି ବୁଲି ଦେଖିଥିଲେ l ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାକୁ ପ୍ରଦ୍ୟୁମ୍ନ ସାହୁ ସଂଯୋଜନl କରିଥିବା ବେଳେ ଏଡିଏମ୍ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ସାଂସ୍କୃତିକ ସଂଧ୍ୟା ରେ ଜିଲ୍ଲା ତଥା ବିଭିନ୍ନ ଜିଲ୍ଳା, ଓ ରାଜ୍ୟ ର ବିଭିନ୍ନ କଳାକାର ମାନଂକ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିବା ବେଳେ ବିଳମ୍ୱିତ ରାତି ଯାଏ ହଜାର ହଜାର ଦର୍ଶକ ନାଚ ଗୀତ କୁ ଉପଭୋଗ କରିଥିଲେ l