ରାୟଗଡା ସହର ରେ ଥମିବାର ନା ନେଉନି ଚୋରି, ଡକାୟତି, ରାହାଜାନି

0
83
ରାୟଗଡା ସହର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୯/୦୧) : ରାୟଗଡା ସହର ରେ ଥମିବାର ନା ନେଉନୀ ଚୋରି, ଡକାୟତି, ରାହାଜାନୀ । ଗତ କିଛି ଦିନ ତଳେ ବ୍ରାହ୍ମଣ ସାହିର ଏକ ପରିବାର ଘରେ ତାଲା ପକାଇ ଗାଁ ଯାଇଥିବା ସମୟରେ କଳକାନା ବୁଲାଇଲେ ଦୁର୍ବୃତ୍ତ ।

ଲକ୍ଷାଧିକ ଟଙ୍କାର ସୁନା ଗହଣା, ରୁପା, ଟଙ୍କା ଏବଂ ଦାମିକା ଆସବାପତ୍ର ଚୋରି ହୋଇଥିବାର ଅଭିଯୋଗ ହେଇଥିଲା ବେଳେ, ଘଟଣା ର ସପ୍ତାହ ନ ପୁରୁଣୁ ଆଉ ଏକ ଘଟଣା ସାମ୍ନା କୁ ଆସିଛି । ନିଜ ୧୬ବର୍ଷ ର ପୁଅ ସହିତ ଘରକୁ ଫେରୁଥିବା ସମୟରେ ଜିଲ୍ଲା ଟ୍ରେଜେରି ସମ୍ମୁଖରୁ ଝାମ୍ପି ନେଲେ ମହିଳାଙ୍କ ବେକରୁ ୨ ତୋଳା ସୁନା ଚେନ। ମହିଳା ଙ୍କ କହିବା ଅନୁଯାୟୀ ଦୁଇଜଣ ଯୁବକ ନେଳିଆ ବାଇକ୍ ରେ ଆସିଥିଲେ ଦୁହେଁ ମୁଣ୍ଡରେ ହେଲମେଟ ପିନ୍ଧିଥିଲେ, ଠିକଣା ପଚାରିବା ବାହାନାରେ ଆସି ସମ୍ମୁଖରେ ଠିଆ ହେଇଥିଲେ । କ୍ଷଣକେ ମାତ୍ରକେ କିଛି କହିବା ପୂର୍ବରୁ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । ରାୟଗଡା ସହର ଏବେ ଡକାୟତ ଏବଂ ଚୋରଙ୍କ ସହର ପାଲଟିଛି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଡକାୟତି କିମ୍ବା ଚୋରି ଘଟଣା ସାମ୍ନାକୁ ଆସୁଛି । ଏହି କ୍ରମରେ ଗତକାଲି ପୁଣି ଜଣେ ମହିଳାଙ୍କୁ ଟାର୍ଗେଟ କଲେ ଦୁର୍ବୃତ୍ତ । ଟ୍ରେଜରି ନିକଟରେ ବାସ କରୁଥିବା ଭି.ଚନ୍ଦ୍ରକଳା (୫୦) ଏବଂ ତାଙ୍କ ପୁଅ ଭି.ଜସବନ୍ତ (୧୬) ବଜାରକୁ କିଛି କିଣିବାକୁ ରାତିରେ ବାହାରିଥିଲେ । ପ୍ରାୟ ସାଢେ ଆଠଟା ସମୟରେ ଘରକୁ ଫେରୁଥିବା ବେଳେ ଟ୍ରେଜରି ନିକଟରେ ହିଁ ଦୁଇ ଜଣ ମୁଖାପିନ୍ଧା ଦୃର୍ବୃତ୍ତ ମଟର ସାଇକେଲରେ ଆସି ଚନ୍ଦ୍ରକଳାଙ୍କର ବେକରୁ ଦୁଇ ତୋଳା ଓଜନର ଏକ ସୁନା ଚେନକୁ ଝାମ୍ପି ନେଇ ଯାଇଥିଲେ । ପାଟି କରୁ କରୁ ସେମାନ ଆଖିପିଛୁଳାକେ ଗାଏବ ହୋଇଯାଇଥିଲେ । ଏନେଇ ରାୟଗଡା ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ ଏନେଇ ତଦନ୍ତ କରୁଥିବା କହିଛି । ତେବେ ପ୍ରତିଦିନ ଏଭଳି ଲୁଟ, ଚୋରି ହେଉଥିଲେ ମଧ୍ୟ ପୁଲିସ ଚୋରକୁ ଧରିବାରେ ଅସଫଳ ହେଉଛି ।

ରାୟଗଡା ସହରରେ ଦିନରେ ରାତିରେ ଚୋର ଓ ଡକାୟତମାନେ ଘୁରିବୁଲୁଛନ୍ତି । କୌଣସି ନିରୀହ ଲୋକଙ୍କୁ ଦେଖିଲେ ତାକୁ ଟାର୍ଗେଟ କରୁଛନ୍ତି। ପୁଣି ସାହି ସାହି ଦିନରେ ବୁଲି ଚୋର ରାତିରେ ଚାବି ପଡିଥିବା ଘରକୁ ଟାର୍ଗେଟ କରୁଛନ୍ତି । ରାତି ତମାମ ପୁଲିସର ପିସିଆର ଭ୍ୟାନ ବୁଲୁଥିଲେ ମଧ୍ୟ ଗଳିକନ୍ଦିକୁ ପିସିଆର ଯାଉନଥିବାରୁ ଚୋରଙ୍କୁ ସୁବିଧା ହେଉଥିବା ଜଣାପଡିଛି । ତେବେ ସହର ଏବେ ଜନସାଧାରଣଙ୍କ ପାଇଁ ସୁରକ୍ଷିତ ନାହିଁ ବୋଲି ଆଲୋଚନା ଜୋର ଧରିଛି । କାରଣ ପୁଲିସ ଚୋରି ଓ ଡକାୟତି ରୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଏପରିକି ଚୋରି ହୋଇଥିବା ଜିନିଷ ହେଉ କିମ୍ୱା ଗହଣା ଓ ଟଙ୍କା ପୂର୍ଣ୍ଣ ରୂପେ ରିକୋଭରି ହେଉ ନ ଥିବାର ମଧ୍ୟ ଅଭିଯୋଗ ହୋଇଛି ।