ବନ ବିଭାଗ ଦ୍ୱାରା ଚିତାବାଘ ଛାଲ ଜବତ

0
37
ବନ ବିଭାଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୧୧/୦୧) : ବନ ବିଭାଗ ଦ୍ୱାରା ଚିତାବାଘ ଛାଲ ଜବତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡା ସେକ୍ସନର ଫଟାମୁଣ୍ଡା ଗାଁ’ରୁ ଏହି ବାଘ ଛାଲ ଜବତ ହୋଇଛି ।

ଚିତାବାଘ ଛାଲ ଚାଲାଣ ହେଉଥିବା ନେଇ ଖବର ପାଇ ବଲାଙ୍ଗିର ବନ ବିଭାଗ କର୍ମଚାରୀ ପ୍ରଥମେ ତୁଷୁରା ଥାନା ଅନ୍ତର୍ଗତ କୋଟଗାଁ’ରେ ଚଢ଼ାଉ କରିଥିଲେ । ସେଠାରୁ ମୁକେଶ ମନହୀରା ନାମକ ବ୍ୟକ୍ତିକୁ ଗିରଫ କରାଯାଇଥିଲା। ଏହି ଚଲାଣର ଚେର କଣ୍ଟାମାଳ ଅଞ୍ଚଳରୁ ଲମ୍ବିଥିବା ଜଣାପଡିଥିଲା । ଫଳରେ ଗତକାଲି ବଲାଙ୍ଗିର ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡା ସେକ୍ସନର ଫଟାମୁଣ୍ଡା ଗାଁରେ ଚଢ଼ାଉ କରିଥିଲା । ଗାଁ’ର ଏକ ପାଳଗଦାରୁ ଗୋଟିଏ ଚିତାବାଘ ର ଛାଲ ଜବତ କରିବାରେ ସଫଳ ହୋଇଥିଲା ବନ ବିଭାଗ । ଏହି ଘଟଣାରେ ଫଟାମୁଣ୍ଡା ଗାଁର ଦିବ୍ୟଶଙ୍କର ବଗର୍ତ୍ତିକୁ ଗିରଫ କରି ଏକ କେସ ଦାୟର କରିବା ସହ ଅଭିଯୁକ୍ତକୁ କୋର୍ଟ ଚଲାଣ କରିଥିବା ଯଣାପଡିଛି ।