ସୁଜନ ନାଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲରେ ଇଲେଭେନ୍ ଷ୍ଟାର କଳାପଥର

0
72
ସୁଜନ ନାଗ

ରିପୋର୍ଟ : ଧ୍ରୁବରଜ ମିଶ୍ର
ସୁବର୍ଣ୍ଣପୁର, (୧୦/୦୧) : ସ୍ଥାନୀୟ ରୟାଲପଡିଆରେ ଚାଲିଥିବା ୧୧ତମ ସୁଜନ ନାଗ ସ୍ମାରକୀ ରାଜ୍ଯ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଗତ କାଲି ର ସେମିଫାଇନାଲ ମ୍ୟାଚରେ ରୟାଲ ଷ୍ଟାର ବରଗଡ ବନାମ ଇଲେଭେନ ଷ୍ଟାର କଳାପଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l

ଏହି ମ୍ୟାଚରେ ଟ୍ରାଇବ୍ରେକର ମାଧ୍ୟମ ରେ ୪-୨ଗୋଲ ବ୍ୟବଧାନରେ ଇଲେଭେନ ଷ୍ଟାର କଳାପଥର ଦଳ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କଲା l ଏହି ମ୍ୟାଚରେ ବେଷ୍ଟ ଗୋଲକିପାର ଅଂଶୁ ମୁଣ୍ଡା ବେଷ୍ଟ ଡିଫେନ୍ସ ଟୁକୁ ଭୋଇ ବରଗଡ଼ ବେଷ୍ଟ ଉଇଙ୍ଗର ଅଭୟ ମୁଣ୍ଡା ସୋନପୁର ବେଷ୍ଟ ମିଡଫିଲ୍ଡ ସୁମିତ ମୁଣ୍ଡା ବରଗଡ ମେନ ଅଫ ଦ ମ୍ୟାଚ୍ ବିଶାଳ ମୁଣ୍ଡା, ସୋନପୁର ପୁରସ୍କୃତ ହୋଇ ଥିଲେ। l ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ବ୍ୟବସାୟୀ ଗୁଣନିଧି ମେହେର ,ଶିକ୍ଷାବିତ ଅଚ୍ୟୁତ ଛତ୍ର ,ଶିକ୍ଷlବିତ ଶ୍ରୀଧର ବାଘ, ସନ୍ତୋଷ ପୂଝlରୀ, ଅରୁଣ ମେହେର, ମିତ୍ରଭାନୁ ଭୋଇ, ଭୁବନ ମେହେର ଏବଂ ଆୟୋଜକ କମିଟି ର ଅଧ୍ୟକ୍ଷ ଜଳନ୍ଧର ଦୀପ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ l

ଆଜିର ଖେଳକୁ ଜଗତ ଜଗଦଲା, ରାଜେଶ ଥନାପତି, ଯୋଗେନ୍ଦ୍ର ଓରାମ, ପ୍ରଶାନ୍ତ ସେଠି ଲାଇନ୍ସମେନ ଭାବରେ ସହଯୋଗ କରି ଥିଲେ l ଚିକୁ ବଡ଼ପଣ୍ଡା ମ୍ୟାଚ କମିଶନର ଭାବରେ ଦାୟିତ୍ୱ ତୁଲାଇ ଥିବାବେଳେ ପ୍ରମିଚ ମାଝୀ ଧାରା ବିବରଣୀ ପ୍ରଦାନ କରି ଥିଲେ l ପୁରସ୍କାର ବିବରଣୀ କାର୍ଯ୍ୟକ୍ରମକୁ ଏକାଡେମୀର ସଭାପତି ରାକେଶ ନାଗ ପରିଚାଳନା କରିଥିଲେ ଓ ଖଗେଶ୍ୱର, ଜନ୍ମେଜୟ, ତ୍ରିଲୋଚନ, ସୁରଜ ପ୍ରମୁଖ ସହଯୋଗ କରି ଥିଲେ ଲ ଆସନ୍ତା କାଲି ପୁଲ ବି ର ପ୍ରଥମ ମ୍ୟାଚ ସ୍ପୋର୍ଟ୍ସ ହଷ୍ଟେଲ ସମ୍ବଲପୁର ବନାମ ସନରାଇଜ୍ ସ୍ପୋର୍ଟିଂ ମଧ୍ୟରେ ଖେଳ ଅନୁଷ୍ଠିତ ହେବ l