ମାଝୀଗୁଡା ରେ ପିଇବା ପାଣି ର ସମସ୍ୟା କୁ ନେଇ ରାସ୍ତା ଅବରୋଧ

0
56
ମାଝୀଗୁଡା ରେ ପିଇବା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୧/୦୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ମାଝୀଗୁଡା ପଞ୍ଚାୟତ ସଦର ଗାଁ’ରେ ପାନୀୟ ଜଳର ସମସ୍ୟା କୁ ନେଇ ଆଜି ମହିଳା ଓ ପୁରୁଷ ଏକତ୍ରିତ ହୋଇ ପ୍ରାୟ ୩ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିବା ଦେଖି ବାକୁ ମିଳିଛି ।WhatsApp Image 2024 01 11 at 12.54.55 ମାଝୀଗୁଡା ରେ ପିଇବା ପାଣି ର ସମସ୍ୟା କୁ ନେଇ ରାସ୍ତା ଅବରୋଧ

ମାଝୀଗୁଡା ଗାଁ ପ୍ରାୟ ୩୦୦ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୧୫୦୦ ରୁ ଉର୍ଦ୍ଧ ହେବ । ଗ୍ରାମ ବାସୀ କହିବା ଅନୁଯାୟୀ ପ୍ରାୟ ୧୦ ଦିନ ହେବ ପିଇବା ପାଣି ମିଳିବା କଷ୍ଟକର ହୋଇପଡୁଛି । ଏହା କୁ ନେଇ ଆଜି ଶତାଧିକ ମହିଳା ପୁରୁଷ ହାଣ୍ଡି ଧରି ରାସ୍ତା ଅବରୋଧ କରିଥିଲେ । ପାନୀୟ ଜଳର ବାରମ୍ବାର ଅସୁବିଧା ନେଇ ପଞ୍ଚାୟତ କାର୍ଯ୍ୟାଳୟ ଆରମ୍ବ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏହାର ସମଧ୍ୟାନ ହୋଇ ପାରି ନ ଥିଲା । ଗ୍ରାମ ବାସୀ ଗଣମାଧ୍ୟମକୁ ଏହି ପାନୀୟ ଜଳର ସମସ୍ୟା ଉପରେ ଖବର ଦେବାରୁ ଗଣମାଧ୍ୟମ ପ୍ରତିନିଧିମାନେ ଘଟଣା ସ୍ଥଳରେ ପହଞ୍ଚିବାରୁ ଜଳବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ ।

ରାସ୍ତା ଅବରୋଧ ହେବାରୁ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ରଘୁପତି ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଅବରୋଧ କରିଥିବା ଲୋକଙ୍କ ସହ ଆଲୋଚନା କରି ୨ଘଣ୍ଟା ମଧ୍ୟରେ ସମଧ୍ୟାନ କରାଯିବ ବୋଲି କହିଛନ୍ତି । ଏହି ବିଷୟ ନେଇ ଗ୍ରାମର ପ୍ରାସ୍କା ଲିଙ୍ଗ, ପି ଦୟା ଆମା, ଧନପତି କୌଶଲ୍ୟା, ଜାଡ଼ି ଦୋମା, ଜାଡ଼ି ଏଣ୍ଡୁ, ମୁନା ପ୍ରଧାନୀ, କେ ନୁକା ରାଜ ଅଭିଯୋଗ କରିଛନ୍ତି ।