୨ ବାଇକ୍‌ ମୁହାଁମୁହିଁ ଧକ୍କା: ଦୁଇ ମୃତ, ଜଣେ ଗୁରୁତର

0
44
୨ ବାଇକ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୨/୦୧) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଆଲୁଅଝରଣ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ୨ ବାଇକ୍‌ ମୁହାଁମୁହିଁ ଧକ୍କା ।

ଏଥିରେ ୨ ବାଇକ୍‌ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଆଘିରାଗୋଡ଼ା ଗ୍ରାମର ଶିବରାମ ବେହେରା ଓ ନୂଆ ମହୁଲି ଗ୍ରାମର ସାଗର ସାହୁ । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ନାଁ କାହ୍ନା ସାହୁ । ଶିବରାମ ବେହେରା ବାଇକରେ କାମାକ୍ଷାନଗରରୁ ନିଜ ଘରକୁ ଫେରୁଥିଲେ । ସେହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍‌ରେ ସାଗର ସାହୁ ଓ କାହ୍ନା ସାହୁ ଆସୁଥିଲେ । ଆଲୁଅଝରଣ ଠାରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଦୁଇ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି । କାମାକ୍ଷାନଗର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି ।