ସରକାରୀ ଘରେ ବିଡିଓଙ୍କ ଝୁଲନ୍ତା ମୃତଦେହ ଠାବ

1
45
ସରକାରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୨/୦୧) : ସରକାରୀ କ୍ୱାର୍ଟର୍ସରୁ ମିଳିଛି ଜଣେ ବିଡିଓଙ୍କ ମୃତଦେହ । ତାଙ୍କ ନାଁ ବିଶ୍ୱରଞ୍ଜନ ମହାନ୍ତି । ସେ ବାଲେଶ୍ୱର ଜିଲ୍ଲା ସିମୁଳିଆର ବିଡିଓ ଭାବେ ନିଯୁକ୍ତ ହୋଇଥିଲେ ।

ସରକାରୀ ଘରେ ବିଡିଓଙ୍କ ଝୁଲନ୍ତା ମୃତଦେହ ଠାବ । ତାଙ୍କର ଚାକିରି ଆଉ ମାତ୍ର ଅଢ଼େଇ ବର୍ଷ ଥିଲା । ଆଜି ଦିନ ୧୧ଟା ବେଳେ କିଛି ସମୟ ପାଇଁ ଅଫିସ ଯାଇଥିଲେ ବିଶ୍ୱରଞ୍ଜନ ମହାନ୍ତି । ଭିସିରେ ଯୋଗ ନଦେବାରୁ ତାଙ୍କୁ ଖୋଜା ଯାଇଥିଲା । ଏହା ପରେ ଘଟଣା ସାମ୍ନାକୁ ଆସିଥିଲା । ଝୁଲନ୍ତା ଅବସ୍ଥାରେ ତାଙ୍କୁ ତାଙ୍କ ସରକାରୀ ବାସଭବନରେ ଠାବ କରାଯାଇଥିଲା । ବେକରେ ଗାମୁଛା ବାନ୍ଧି ସେ ଝୁଲି ପଡ଼ିଥିବା କୁହାଯାଉଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏହି ଘଟଣା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ବାପା ନରେନ୍ଦ୍ର ମହାନ୍ତି । ସେ କହିଛନ୍ତି, ପୁଅକୁ ଜିଲ୍ଲାପାଳ ଛୁଟି ଦେଉ ନଥିଲେ ।

ଅକ୍ଟୋବର ୨୫ରେ କାମରେ ଯୋଗ ଦେବା ପରଠୁ ଆଉ ଘରକୁ ଆସି ନ ଥିଲା । ଜିଲ୍ଲାପାଳ କାମ ଚାପ ଦେଉଥିଲେ । ପ୍ରବଳ କାମ ଚାପ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲା ପୁଅ । ନରେନ୍ଦ୍ର ମହାନ୍ତିଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ସେ କହିଛନ୍ତି, ବିଡିଓ କେବେ ଛୁଟି ପାଇଁ ଆବେଦନ କରି ନ ଥିଲେ । ମୋ ଆଡୁ ଚାପ ନ ଥିଲା । କାମ ଚାପ ଅଭିଯୋଗର ତଦନ୍ତ ହେବ । ଆଜି ଭିସିରେ ଅନୁପସ୍ଥିତ ରହିବାରୁ ଷ୍ଟାଫଙ୍କୁ ତାଙ୍କ ର୍କ୍ୱାର୍ଟର୍ସକୁ ପଠାଇଥିଲି ।

ଅନ୍ୟପକ୍ଷରେ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ସେ ମଝି ଘରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତାହା ଅସମ୍ଭବ । ସେହି ଘରଟା ପୂରା ଫାଙ୍କା । ସେଠାରେ କିଛି ଜିନିଷ ନାହିଁ । ତେଣୁ ଆତ୍ମହତ୍ୟା କରିବା କେମିତି ସମ୍ଭବ ? କ୍ୱାର୍ଟର୍ସରେ ଏକା ରହୁଥିବାରୁ ଟିକେ ଡର ରହିଥିଲା । ସେଠି ପାର୍ଟି ପଲିଟିକ୍ସ ପାଇଁ ସେ ଟିକେ ଟେନସନ୍‌ ବି ରହୁଥିଲେ ।

1 COMMENT

Comments are closed.