ଆମ୍ବୁଲାନ୍ସ ପହଞ୍ଚିଲା ନାହିଁ ବାଟରେ ପ୍ରସବ କଲେ ଗର୍ବବତୀ

0
38
ଆମ୍ବୁଲାନ୍ସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ଫାକେରି ପୁଣି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ପହଞ୍ଚିଲା ନାହିଁ ବାଟରେ ପ୍ରସବ କଲେ ଗର୍ବବତୀ । 

ଓଡିଶା ମାନ ଚିତ୍ରରେ ନିୟମଗିରି ଅଞ୍ଚଳର ରାସ୍ତା ଘାଟ ଏବଂ ବିଭିନ୍ନ ସମସ୍ୟା କୁ ନେଇ ନିୟମଗିରି ବିରଳ ଜନଜାତି ଡଙ୍ଗରିଆ ସରକାରଙ୍କ ନିକଟରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ, ଅନେକ ସମୟରେ ଦେଖିବାକୁ ମିଳୁଛି କେତେବେଳେ ଖଟିଆରେ ଏବଂ କମ୍ବଳ ବୁହା, ଷ୍ଟ୍ରେଚେର ସାହାଯ୍ୟ ରେ ଘଞ୍ଚ ଜଙ୍ଗଲ ପାହାଡ଼ ଝରଣା ଡେଇଁ ମାଇଲ ମାଇଲ ପାଦ ଚଲାପଥ ରାସ୍ତା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପହଞ୍ଚିଥାନ୍ତି । ସରକାରଙ୍କ ମନେରେଗା ଯୋଜନା ଏବଂ ସରକାରଙ୍କ ବିଭିନ୍ନ ପାଣ୍ଠିରୁ ରାସ୍ତା ଘାଟ ପାଇଁ କୋଟି କୋଟି ନିୟମଗିରି ଅଞ୍ଚଳକୁ ଖର୍ଚ୍ଚ କରି ଆସୁଥିବା ବେଳେ ନିମ୍ନ ମାନର ରାସ୍ତା କାମ ଯୋଗୁଁ କିଛି ଗାଁ’କୁ ଆମ୍ବୁଲାନ୍ସ ତ ଦୂରର କଥା ବାଇକ ଯିବା ମଧ୍ୟ କଷ୍ଟକର ହୋଇପଡୁଛି,ଏହି ଭଳି ସମସ୍ୟା ଯୋଗୁଁ ରୋଗୀ ଓ ପ୍ରସୂତି ମହିଳା ଜୀବନ ଯନ୍ତ୍ରଣା ହୋଇ ବାଟରେ ଜୀବନ ମଧ୍ୟ୍ ଚାଲିଯାଉଛି ।

ଖବର ମୁତାବକ ଆଜି ସଖାଳେ ଫାକେରୀ ଗାଁ’ର ହୁଣ୍ଡେଇ ଶିକକା (୨୨)ଙ୍କ ଗର୍ବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ୧୦୮ ଆମ୍ବୁଲାନ୍ସ ନିର୍ଗୁଣ୍ଡି ଗାଁ ଯାଇଁ ପହଞ୍ଚି ପାରିଥିଲା ସେଠାରୁ ଚାଲି ଚାଲି ପ୍ରାୟ ୩ କିଲୋମିଟର ଫାର୍ମାସିଷ୍ଟ ଦୁର୍ଗାପ୍ରସାଦ ଜେନା ଏବଂ ଡ୍ରାଇବର ହିମିରିକା ରବି ହେଲପର ସିମାଞ୍ଚଳ ସାଉକାର ଷ୍ଟ୍ରେଚର ଧରି ଗାଁ’କୁ ପହଞ୍ଚିଥିଲେ । ସେଠାରୁ ଗର୍ବବତୀ ଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ଆଣିବା ସମୟରେ ଅଧା ବାଟରେ ପ୍ରସବ କରିଥିଲେ । ପ୍ରସୂତି ମହିଳା ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ, ସେଠାରୁ ଆମ୍ବୁଲାନ୍ସ ଯୋଗେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, ଡାକ୍ତର ସତ୍ୟ ନାରାୟଣ ଦାସ ପ୍ରାଥମିକ ଚିକିତ୍ସା କରିଲା ପରେ ଶିଶୁ କନ୍ୟା ଗୁରୁତ୍ୱର ହେବାରୁ ମାଁ ଓ ଶିଶୁ କନ୍ୟା କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଗଲା । ବର୍ତମାନ ଶିଶୁ କନ୍ୟା ଗୁରୁତ୍ୱର ଥିବାବେଳେ ମାଁ ସୁସ୍ଥ ଥିବା ଜଣାପଡିଛି ।