ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ୨୫ ହଜାର ଟଙ୍କା ନେଇଗଲେ

0
38
ବାଇକ୍‌ ଡିକି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୩/୦୧) : ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ ଜଣେ ଧାନ ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି । ବାଇକ୍‌ ଡିକି ଭାଙ୍ଗି ତାଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି ୨ ଦୁର୍ବୃତ୍ତ ।

ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ୨୫ ହଜାର ଟଙ୍କା ନେଇଗଲେ ୨ ଦୁର୍ବୃତ୍ତ । ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ବାଘମୁଣ୍ଡ ଗାଁ’ରେ । ଆଜି ସକାଳେ ଧାନ ବ୍ୟବସାୟୀ କେଚ ସାହୁ ପାଟଣାଗଡ଼ HDFC ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ଘରକୁ ଫେରୁଥିଲେ । ସେ ବ୍ୟାଙ୍କଠାରୁ କିଛି ଦୂର ଯାଇଥିବା ବେଳେ ବାଇକ ହ୍ୟାଣ୍ଡେଲରେ କିଛି ଅଠା ଭଳି ଜିନିଷ ଲାଗିଥିବା ଦେଖିଥିଲେ । ହ୍ୟାଣ୍ଡେଲକୁ ସଫା କରିବାକୁ ଗୋଟିଏ ଦୋକାନ ଆଗରେ ବାଇକ ରଖି ଭିତରକୁ ପାଣି ଆଣିବାକୁ ଯାଇଥିଲେ । ସେହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ଆସି କେଚ ସାହୁଙ୍କ ବାଇକ ର ଡିକି ଭାଙ୍ଗି ୧ ଲକ୍ଷ ୨୫ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କେଚ ସାହୁ ଏହି ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୁଲିସ ଛାନଭିନ୍ ଆରମ୍ଭ କରିଛି ।