୧୯ତମ ପାତାଳୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

0
40
୧୯ତମ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୪/୦୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଆସନ୍ତା ୧୦ରୁ ହେବାକୁ ଥିବା ୧୯ତମ ପାତାଳୀ ମହୋତ୍ସବ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ଫେବୃୟାରୀ ୯ରୁ କଳଶଶୋଭାଯାତ୍ରା,୧୦ ରୁ ଭାଗବତ ସପ୍ତାହ ପାରାୟଣ, ୫୬ପ୍ରହରୀ ନାମଯଜ୍ଞ, ଘୃତଯଜ୍ଞ, ସାଂସ୍କୃତିକ ସନ୍ଧ୍ୟା ଆଦି ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଫେବୃଆରୀ ୧୦ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପଦ୍ମମୁଖ ଦର୍ଶନ ହେବ । ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର ଙ୍କ ସଭାପତିତ୍ବରେ ଟ୍ରଷ୍ଟ ସଦସ୍ୟ ଜାନକୀରାମ ଦେହେରୀ, ମହାଦେବ ସାହୁ, ଜଗଦୀଶ କର୍ଣ୍ଣ, ଗାଁ ଗଡତ୍ୟା ଚମରା ଅମାତ, ରେଡମ ଗଡତ୍ୟା ନରସିଂହ ପଧାନ ଯୋଗ ଦେଇଥିଲେ । ବିଶେଷ କରି କ୍ଷେତ୍ରର ସ୍ଵଚ୍ଛତା ପରିମଳ ବ୍ୟବସ୍ଥା, ପାନୀୟଜଳ, ଆଲୋକିକରଣ ଉପରେ ଗୁରୁତ୍ବ ଦିଆଯିବ । ଏହି ମହୋତ୍ସବ ଫେବୃଆରୀ ୧୭ରେ ପୂର୍ଣ୍ଣାହୁତି ହେବ ।