ଉଲୁଣ୍ଡା ବ୍ଲକରେ ପାର୍ବତୀ ଗିରି ବୃହତ୍ ଉଠା ଜଳ ସେଚନ ପ୍ରକଳ୍ପର ଲୋକାର୍ପିତ

0
66
ଉଲୁଣ୍ଡା ବ୍ଲକରେ ପାର୍ବତୀ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୬/୧୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଚଢେଇପଙ୍କ ଗ୍ରାମପଞ୍ଚାୟତରେ ଆଜି ବହୁ ପ୍ରତିକ୍ଷିତ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜ କରକମଳରେ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି l

ଏପରିକି ଉଲୁଣ୍ଡା ସମେତ କଟକ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେଉଁଝର ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନ ଗୁଡିକରେ ନିର୍ମାଣ ହୋଇଥିବା ସମସ୍ତ ପାର୍ବତୀ ଗିରି ବୃହତ ଜଳ ସେଚନ ପ୍ରକଳ୍ପ ଗୁଡିକୁ ଲୋକାର୍ପିତ କରିଛନ୍ତି l ଏହି ଶୁଭ ଅବସରରେ ମାନ୍ୟବର ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ, ମାନ୍ୟବର ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଝସକେତନ ବଘାର, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ଶାନ୍ତିଲତା ମିଶ୍ର, ସୁପରିଚ ସମାଜସେବୀ କୃତିବାସ ମିଶ୍ର, ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ କରିସ୍ମା ବେସ୍ରା ଯୋଗ ଦେଇଥିଲେ । ଏଥିରେ ସମସ୍ତ ନିର୍ବାଚିତ ସରପଞ୍ଚ, ସମିତି ସଦସ୍ୟ/ସଦସ୍ୟା, ୱାର୍ଡ ସଭ୍ୟ/ସଭ୍ୟା ଏବଂ ହଜାର ହଜାର ସଚେତନ ଜନସାଧାରଣ ଉପସ୍ଥିତ ରହି ଶୁଭ ଉଦଘାଟନ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ l