ପୋଲ ତଳୁ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

0
42
ପୋଲ ତଳୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୭/୦୧) : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କୋହ୍ଲ ହୁଣ୍ଡୁଳା ଗାଆଁ ନିକଟ ପୋଲ ତଳୁ ଜଣେ ନାବାଳକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ।

ପୋଲ ତଳୁ ନାବାଳକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ମୃତକ ହେଲେ ଜାମୁକୁଣ୍ଡିଆ ଗାଆଁର ଶୁକଦେବ ଲାଗୁରୀ । ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଥିଲାବେଳେ, କେହି ତାଙ୍କୁ ପଥରରେ ଛେଚି ନିର୍ମମ ଭାବରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଖବରପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବାପା ମାଆ ଛେଉଣ୍ଡ ୧୫ ବର୍ଷିୟ ଶୁକଦେବ ଟାଟା କମ୍ପାନୀ ଅଧୀନ ଆସପାୟାର ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ । ମକର ସଂକ୍ରାନ୍ତି ହେତୁ ଗତ ଶନିବାର ସେ ନିଜ ଗାଁକୁ ଆସି ଗତ କାଲି ସନ୍ଧ୍ୟା ୫ଟାରୁ ଘରୁ ବାହାରି ଯାଇଥିଲେ ।

ତେବେ ଆଜି ବଡ଼ି ଭୋର ସମୟରେ ଗ୍ରାମର ଜଣେ ମହିଳା ଶୌଚ ପାଇଁ ଯାଇଥିବା ସମୟରେ ଗାଁ ନିକଟ ପୋଲ ତଳେ ଶୁକଦେବଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ମୁମୂର୍ଷୁ ଅବସ୍ଥାରେ କିଛି ସମୟ ପଡ଼ି ରହିବା ପରେ ସେ ମୃତ୍ୟୁବରଣ କରିଥିଲେ । ଏନେଇ ମହିଳା ଜଣକ ଗ୍ରାମବାସୀଙ୍କୁ ଜଣାଇବା ପରେ ଯୋଡ଼ା ପୋଲିସ୍ ମୃତଦେହକୁ ଜବତ୍ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଚଳାଇଛି । ତେବେ କିଏ ଓ କାହିଁକି ଏହି ନାବାଳକକୁ ଅମାନୁଷିକ ଭାବରେ ହତ୍ୟାକଲା ସେନେଇ ପୋଲିସ୍ ଛାନଭିନ ଚଳାଇଛି ।