କଂଗ୍ରେସ ର ସାଂଗଠାନିକ ବୈଠକ

0
30
କଂଗ୍ରେସ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୭/୦୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କଲେଜ ପଡିଆ ଠାରେ ଆଜି କଂଗ୍ରେସ ଦଳ ର ସାଂଗଠାନିକ ବୈଠକ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ବିଶେଷ କରି କଂଗ୍ରେସ ଦଳ କିଭଳି ସୁଦୃଢ ହେବ ଓ ବୁଥ ସ୍ତରରେ କିଭଳି ଭାବରେ ମଜବୁତ ହେବ ସେ ଉପରେ ଆଲୋଚନା ହୋଇଥିଲା । ବ୍ଳକ କଂଗ୍ରେସ ସଭାପତି ପ୍ରଭୁଦତ୍ତ ବସ୍ତିଆ ଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର, ଜିଲ୍ଲା ଉପସଭାପତି ପ୍ରଦୀପ ସେଠୀ, ବରିଷ୍ଠ କଂଗ୍ରେସ ନେତା ଭୋଳାନାଥ ସାଗର, କଂଗ୍ରେସ ନେତା ହୃଷିକେଶ କର୍ଣ୍ଣ, ସନ୍ତୋଷ ପଧାନ, କାହ୍ନୁ ହାତୀ, ପଙ୍କଜ ସାଗର, ନାରାୟଣ ଦଲେଇ, ନାରାୟଣ ପଧାନ, ଗୁପ୍ତେଶ୍ୱର ମାଝୀ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତ ରୁ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଏଥିରେ ରାମଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ ଦେଇଥିଲେ ।