କୋଶଳ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
31
କୋଶଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୯/୦୧) : ସୋନପୁର ସ୍ଥିତ କୋଶଳ ଉଚ୍ଚ ବିଦ୍ୟାଳୟ ର ନବମ ବାର୍ଷିକ ଉତ୍ସବ ଗତକାଲି ପାଳିତ ହୋଇ ଯାଇଛି ।WhatsApp Image 2024 01 18 at 17.26.03 କୋଶଳ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶିଶୁ ତଥା ବିଦ୍ୟାଳୟର  ଆପ୍ରାଣ ଉଦ୍ୟମରେ ତାହା ବେଶ ଧୂମଧାମ ରେ ସମାପନ ହୋଇ ଯାଇଛି । କାର୍ଯ୍ୟକ୍ରମଟି ଦୁଇଟି ଅଧିବେଶନ ରେ ହୋଇଥିଲା । ପ୍ରଥମ ଅଧିବେଶନ ପୂର୍ବାହ୍ଣ ୧୦ ଟାରେ ଆରମ୍ଭ ହୋଇ ୧.୩୦ରେ ଶେଷ ହୋଇଥିଲା । ସକାଳ ତଥା ପୂର୍ବାହ୍ଣ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉପସ୍ଥିତ ରହି ଶିଶୁ, ଶିକ୍ଷକ ଓ ଅଭିଭାବକ ମାନଙ୍କୁ କୋଶଳ ଉଚ୍ଚ ବିଦ୍ୟାଳୟର ମହତ୍ୱ ଗୁଣ ଗାରିମା ବିଷୟରେ ବିଷଦ ଭାବରେ ଅବଗତ କରାଇଥିଲେ ।

ଠିକ ସେହିପରି ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡତିଆ ଉପସ୍ଥିତ ରହି ସଭିଙ୍କୁ ଉତ୍ସାହିତ କରିଥିବା ବେଳେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଶ୍ରୀବତ୍ସ ମଲ୍ଲିକ ସଭାପତିତ୍ବ କରିଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୁନଃ ସାନ୍ଧ୍ୟ ଅଧିବେଶନ ସନ୍ଧ୍ୟା 6.00 ଘଣ୍ଟା ସମୟ ରେ ଆରମ୍ଭ ହୋଇ ଥିଲା । ବିଭିନ୍ନ ଅଂଚଳରୁ ଅଭିଭାବକମାନେ ନିଜ ଶିଶୁର ନୃତ୍ୟକୁ ଉପଭୋଗ କରିବା ପାଇଁ ଧାଇଁ ଆସିଥିଲେ ।

ସାନ୍ଧ୍ୟରେ ମୁଖ୍ୟ ଅତିଥି ଭାବରେ ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତୀ ତ୍ରିପାଠୀ ଯୋଗ ଦେଇ କାର୍ଯ୍ୟକ୍ରମ ତଥା ସଭିଙ୍କ ଉଦ୍ଧେଶ୍ୟରେ ଆଶୀର୍ବଚନ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ କୁଶଳ ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ଗୁରୁଜୀ ଉପସ୍ଥିତ ଥିବା ବେଳେ ସଭାର ଆରମ୍ଭ ରେ ସୁଶ୍ରୀ ସ୍ମିତାରାଣୀ ନାୟକ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ପରମା ନାଏକ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ l

ସଭା ଶେଷରେ ଉପ ସଭାପତି – ଶ୍ରୀଯୁକ୍ତ ପ୍ରଫୁଲ୍ଲ ନାଏକ ସଭିଙ୍କ ଉଦ୍ଧେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୁର ବିଚିତ୍ରା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇ ନିଜକୁ ଗୌରବାନ୍ୱିତ ମନେ କରି ବେଶ ଉତ୍ସାହିତ ହୋଇ ସଭିଙ୍କ ଆଦର ସାଜିଥିଲେ | ଛାତ୍ର ଛାତ୍ରୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମସ୍ତେ ବିମୋହିତ ହୋଇଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଓ ସେବକ ସେବିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l