ପାଣ୍ଡିଆନ ଆସନ୍ତା ୨୩ ତାରିଖରେ କାଶୀନଗର ଗସ୍ତ

4
48
ପାଣ୍ଡିଆନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୧) : ଆସନ୍ତା ୨୩ ତାରିଖ ରେ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାଶୀନଗର ଗସ୍ତ କରିବେ ବୋଲି ଜଣା ପଡିଛି ।

 ଏଣୁ ଗଜପତି ଜିଲ୍ଲାର ବିଜେଡି କର୍ମୀ ଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ଏଥି ପାଇଁ ଗଜପତି ଜିଲ୍ଲା ଦାୟିତ୍ୱ ରେ ଥିବା ପ୍ରଭାରୀ ମନ୍ତ୍ରୀ ଅତନୁ ସବ୍ୟସାଚି ଗତ କାଲି ବିଜୁ କଲ୍ୟାଣ ମଣ୍ଡପ କାଶୀନଗର ଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରିଥିଲେ, କାଶୀନଗର ଟାଉନ ବିଜେଡି ସଭାପତି ଆର ଚଲାପତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, ଏନ ଏ ସି ଅଧ୍ୟାକ୍ଷା ଶ୍ରୀମତୀ ଏମ ସୁଧା ରାଣୀ ହାଇଟେକ ଚେୟାରମ୍ୟାନ ଶ୍ରୀ ତିରୁପତି ପାଣିଗ୍ରାହୀ, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, ବିଜେଡି ସମ୍ପାଦକ ବସନ୍ତ ଦାସ, ପାରଳାଖେମୁଣ୍ଡି ମୁନିସିପାଲିଟି ଅଧ୍ୟାକ୍ଷା ନିର୍ମଳା ସେଠି, ବ୍ଲକ ଅଧ୍ୟାକ୍ଷା ଵାଲା ସାୟମା, ଙ୍କ ଉପସ୍ଥିତିରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା ୨୩ରେ କୁଆଡେ ପାଣ୍ଡିଆନ କାଶୀନଗର ବ୍ଲକର ଓ ଏନ ଏ ସି ର କୋଡିଏ ହଜାର ବିଜେଡି କର୍ମୀଙ୍କୁ ଉଦବାଧନ ଦେବେ । ନିର୍ବାଚନ ପୂର୍ବରୁ ପାଣ୍ଡିଆନ ଙ୍କ ଗସ୍ତ ଦଳୀୟ କର୍ମୀଙ୍କ ମନ ରେ ଅସ୍ଥା ଭାଜନ ହେବା ସହ କର୍ମୀଙ୍କୁ ସୁଦୃଢ କରିବା ପାଇଁ ଏକ ପ୍ରୟାସ ବୋଲି ବୁଦ୍ଧିଜୀବୀ ମାନେ ଆଲଚନା କରୁଛନ୍ତି । ଏହି ବ୍ଲକ ରେ ବିଜେପି ର ବିଧାୟକ ରହିଥିବା ଯୋଗୁଁ କାଳେ ବିଜେପି ଏଠାରେ ସୁଦୃଢ ହୋଇଯିବ, ଏଣୁ ନିର୍ବାଚନ ଘଷଣା ପୂର୍ବରୁ ପାଣ୍ଡିଆନ ଙ୍କ ଗସ୍ତ ଅଧିକ ଗୁରୁତ୍ୱ ବହନ କରୁଛି, ବୋଲି ରାଜନୈତିକ ସମୀକ୍ଷକ ମାନେ ଗଣନା ଆରମ୍ଭ କରିଛନ୍ତି।

4 COMMENTS

Comments are closed.