ଜୱାହର ନବୋଦୟ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ଉଦଯାପିତ

0
41
ଜୱାହର ନବୋଦୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୯/୦୧) : ଜୱାହର ନବୋଦୟ ବିଦ୍ୟାଳୟ ,ପାଲଝର ବୌଦ୍ଧ ତରଫରୁ ବରିଷ୍ଠ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟାଙ୍କ ଉଦ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ(ଏଫ.ଏଲ.ଏନ.) କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହେଇଯାଇଛି ।

ଏହି କର୍ମଶାଳାରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ଜୱାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ସାହୁ ସ୍ଵାଗତ ଭାଷଣ ରଖିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ସଂଖ୍ୟା ଜ୍ଞାନ, ଆବୃତି ଓ ପଠନ ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ପିଲା ମାନଙ୍କୁ ଆଗାମୀ ସମୟରେ ଏଫ॰ଏଲ॰ ଏନ॰ ମାଧ୍ୟମ ରେ ସଂଖ୍ୟା ଜ୍ଞାନ ଶିକ୍ଷଣକୁ ଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ । ଏଥିରେ ବୌଦ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ଲୁହା ଏବଂ ଜିଲ୍ଲାର ୧୧ଟି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ଏହି ଉପଲକ୍ଷେ ବିଦ୍ୟାଳୟରେ ଗଣିତ ଶିକ୍ଷୟିତ୍ରୀ ଶ୍ରୀମତୀ ନୁର ସବାଙ୍କ ଦ୍ଵାରା ଆୟୋଜିତ ସଂଖ୍ୟା ଜ୍ଞାନ ସମ୍ପର୍କିତ ଗଣିତ ପ୍ରଦର୍ଶନୀକୁ ସମସ୍ତ ଅତିଥି ବୁଲି ଦେଖିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଛାତ୍ର-ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ । ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ମୁଖ୍ୟ ଅତିଥିଙ୍କ ଦ୍ଵାରା କୃତି ବିଜେତା ମାନଙ୍କୁ ପ୍ରଶଂସା ପତ୍ର ବିତରଣ କରା ଯାଇଥିଲା । ବରିଷ୍ଠ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟା ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।