ଡମ୍ଫର ସହ ବାଇକର ଧକ୍କା, ୨ ମୃତ

0
82
ଡମ୍ଫର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ବର, (୧୯/୦୧) : ଦୀର୍ଘ ଦିନରୁ ରାସ୍ତା କଡ଼ରେ ଛିଡା ହେଇଥିବା ଏକ ଡମ୍ପର ଦୁଇ ଜଣଙ୍କ ଜୀବନ ନେଇଛି ।

ଡମ୍ଫର ସହ ବାଇକର ଧକ୍କା, ୨ ମୃତ । ବିଳମ୍ବିତ ରାତିରେ କମର୍ଦା ବିଜୁଳି ବିଭାଗର କାର୍ଯ୍ୟାଳୟରେ କାର୍ଯ୍ୟ ସାରି ବସ୍ତା ବ୍ଲକର ତିନି ସାଙ୍ଗ ଘରକୁ ଫେରୁଥିବା ସମୟ ରେ ଉଲୁଡ଼ା ଛକ ନିକଟରେ ରାସ୍ତା କଡ଼ରେ ଛିଡା ହେଇଥିବା ଏକ ପୁରୁଣା ଡମ୍ପର ସହ ବାଇକର ଧକ୍କା ହେଇଥିଲା । ଫଳରେ ଘଟଣା ସ୍ଥଳରେ ବସ୍ତା ବ୍ଲକ ବାହାର୍ଦାର ଆକାଶ କୁମାର ଭକ୍ତା ଏବଂ ଦରଡା ଅଂଚଳର ଆଉ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସେହିପରି ବାଲିଆପାଳର ଯୁବକ ଜଣଙ୍କ ଗୁରୁତର ଭାବେ ବାଲେଶ୍ୱର ସ୍ଥାନାନ୍ତର ହୋଇଛନ୍ତି । ତେବେ ରାସ୍ତା କଡ଼ରେ ଛିଡା ହୋଇଥିବା ଡମ୍ପର କାହିଁକି ଦୀର୍ଘ ଦିନ ଧରି ରହିଛି ଏବଂ ଦୁଇଟି ଜୀବନ ଯିବା ପାଇଁ ସମ୍ପୁର୍ଣ୍ଣ କମର୍ଦା ପୋଲିସ ଏବଂ ଭୋଗରାଇ ପ୍ରଶାସନ ଦାଈ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି ।