ଦୁଇ ବାଇକ୍ ମୁହାମୁହିଁ ଧକ୍କା ; ୪ ମୃତ, ୨ ଆହତ

0
33
ଦୁଇ ବାଇକ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୧) : ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ଡ୍ରାଫ ଠାରେ ଦୁଇ ବାଇକ୍ ମୁହଁମୁହିଁ ଧକ୍କା । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି ।

ସୂଚନା ମୁତାବକ ଏକ ବାଇକରେ ୩ ଜଣ ବସି ଅଶୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିବାବେଳେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଯାଉଥିବା ବେଳେ ବରାଡି ନିକଟ ଡ୍ରାଫ ଠାରେ ମୁହାମୁହିଁ ଧକ୍କା ହୋଇଥିଲା । ବହୁତ୍ ଜୋର ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ବାହାରକୁ ଆସି ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।

ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ତଥାପି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ମାନେ ହେଲେ ରଜନୀ ଗୌଡ଼( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ମହେନ୍ଦ୍ର ନାୟକ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ଶ୍ରୀକାନ୍ତ ଗୌଡ଼ (ଅସୁରବନ୍ଧ ଗ୍ରାମବାସୀ) , ମନୋଜ ଡାକୁଆ ( ଦୁଲାଡ଼ ଗ୍ରାମ ବାସି ),ଗୁରୁତର ଆହତ ମାନେ ହେଲେ ଜୟନ୍ତ ବlଡ଼ତ୍ୟା ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ପୂର୍ଣ୍ଣ ଗୌଡ଼ ( ଦୁଲାଡ଼ ଗ୍ରାମବାସି ) ।