କୋଟସମଲାଇ ହାଇସ୍କୁଲ ରେ ସୃଜନଶୀଳତା ଉତ୍ସବ ପାଳିତ

0
39
କୋଟସମଲାଇ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୯/୦୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ଠାରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ର ଉତ୍ସବ ଆଜି ପାଳନ କରାଯାଇଛି ।

ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ନଳିନୀକାନ୍ତ ବାଘ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ ପ୍ରସନ୍ନ କୁମାର ଶତପଥି ଯୋଗଦେଇ ସାହିତ୍ୟ ହିଁ ବ୍ୟକ୍ତିତ୍ୱ ଗଠନରେ ସହାୟକ ହୋଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ମଞ୍ଚ ପରିଚାଳନା କରିଥିବା ବେଳେ ଡ଼ଃ ପ୍ରଫୁଲ୍ଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସୃଜନଶୀଳ ଉତ୍ସବର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସାହିତ୍ୟ ସୃଜନୀ କ୍ଲବ ର ମେଣ୍ଟର ତଥା ଓଡ଼ିଆ ଭାଷା ଓ ସାହିତ୍ୟ ର ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଆଲୋକପାତ କରିଥିଲେ । ମୋ ସ୍କୁଲ ଅଭିଯାନ ର ବରିଷ୍ଠ ସଦସ୍ୟ ଜଗନ୍ନାଥ ଅମାତ, ରମେଶ ସାହୁ, ଜଗଦୀଶ ବସ୍ତିଆ ପ୍ରମୁଖ ମଞ୍ଚାସିନ ଥିଲେ । ରାଜ୍ୟ ସ୍ତରୀୟ ସୁରଭି ମିଲେଟରେ ଅଂଶଗ୍ରହଣ କରି ବିଦ୍ୟାଳୟକୁ ସୁନାମ ଆଣିଥିବା ଛାତ୍ରୀ ରୋଜାଳିନ କୁରୁକୁରିଆ କୁ ବ୍ଲକ ବିଜ୍ଞାନ ସମ୍ପାଦକ, ଜିଲ୍ଲା ବିଜ୍ଞାନ ରିସୋର୍ସ ପାର୍ଶନ ସୁଧିର କୁମାର ହୋତା ସମ୍ମାନିତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ହୃଷିକେଶ ପଧାନ, ମହେଶ ଦେହେରୀ, ପ୍ରଶାନ୍ତ କୁମାର ସାହୁ, ଦାଶରଥି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜୟ କୁମାର ହୋତା ଧନ୍ୟବାଦ ଅର୍ପଣ ଦେଇଥିଲେ ।