ମା ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ; ମହିଷାସୁର ଦରବାର ର ଚତୁର୍ଥ ସଂଧ୍ୟା

0
41
ମା ଦୁର୍ଗାଙ୍କ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମା ଦୁର୍ଗାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ଚତୁର୍ଥ ଦିନରେ ପଞ୍ଚ କୁଣ୍ଡଳି ମାହାଯଜ୍ଞ, ନବାପାରାୟଣ, ଅଷ୍ଟାଦଶ ପୁରାଣ, ଚାରୀଗ୍ରନ୍ଥ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ମହା ସମାରୋହରେ ଚାଲିଛି ।

ସେହିପରି ମହିଷାସୁର ଦରବାରରେ କମିଟି ଉପସଭାପତି ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହିସାସୁର ଦରବାର ଚତୁର୍ଥ ସଂନ୍ଧ୍ୟାରେ ବିରମାହାରାଜପୁର ବିଧାୟକ ପଦ୍ମନାଭ ବେହେରା, ମୂଖ୍ୟ ଅତିଥି, ସୁବର୍ଣ୍ଣପୁର ଏସ୍ପି ଅମରେଶ ପଣ୍ଡା ମୂଖ୍ୟବକ୍ତା, ବିନିକା ଏନଏସି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯାଗ ଦେଇ ପ୍ରଜା ମାନଙ୍କୁ ଉଦବୋଧନ ଦେଇଥିଲେ । ହିମାଂଶୁ ଭୂଷଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । କମିଟି ସମ୍ପାଦକ ଗଦ୍ଧର୍ବ ମାହାର ଧନ୍ୟବାଦ ଦେଇଥିଲେ । ଅତିଥି ମାନଙ୍କ ମନମୁଗ୍ଧ କରିବାପାଇଁ ବିଭିନ୍ନ ରଦରବାରରେ ନାଚ ଗିତ ଗୀତର ଅୟୋଜନ ଚହୋଇଥିଲା ।

ଦରବାର ସମ୍ମୁଖରେ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା ଆଜି ଦେବତା ମାନେ ବୈକୁଣ୍ଠ ପୁରରେ ଉପସ୍ଥିତରହି ବିଷ୍ଣୁଙ୍କୁ ଗୁହାରୀ, ଗୁହାରୀ କରିବା ଖବର ରଖି ମହିଷାସୁର କ୍ରୋଧିତ, ଓ ଦେବତା ଗଣଙ୍କ ଅତ୍ୟାଚାର ଆରମ୍ଭ ହୋଇଥିବା ନାଟକ ମଞ୍ଚସ୍ତ ହୋଇଥିଲା । ଏଥିରେ ମହିଷାସୁର ଗୋପାଳ ପଣ୍ଡା, ମନ୍ତ୍ରୀ -ସୁନିଲ ରାଓ, ବିଷ୍ଣୁ- ପାର୍ଥ ଭାଟି, ଇନ୍ଦ୍ର – ଅନନ୍ତ ପଧାନ ନିଖୁଣ ଅଭିନୟ କରି ପ୍ରବଳ ଶିତରେ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।