ନାଳ ରେ ପଡି ମହିଳା ଙ୍କ ମୃତ୍ୟୁ

0
99
ନାଳ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୦/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପୋଲମା ପଞ୍ଚାୟତ, ଏରେଗେଣ୍ଡା ଗ୍ରାମ ନିକଟରେ ନାଳ କୁ ଗାଧେଇବାକୁ ଯାଇ ପାଣିରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ମୃତ୍ୟୁ ମହିଳା ଜଣକ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ଗୁରୁତୁଳି ଗ୍ରାମର ସୁକାନ୍ତି ସାରାକା ୨୫ ନିଜ ସ୍ବାମୀ ଜାମା ସାରାକା ଓ ତିନି ବର୍ଷର ପୁଅ ଧରି ମାମୁ ଜାଣ୍ଡୁ କାଡ୍ରାକା ଘର ଗତ ବୁଧବାର ୨୭ ତାରିଖ ରେ ଚେର ମୂଲି ଔଷଧ ପାଇଁ ଆସିଥିଲେ । ମାମୁ ଘର ହୋଇଥିବାରୁ ଔଷଧ ରହି ଥିଲେ । ଆଜି ସକାଳେ ମୂର୍ତ୍ୟୁ ମହିଳା ସୁକାନ୍ତି ଗାଁ ପାଖରେ ଥିବା ନାଳ କୁ ଗାଧେଇ ବା ପାଇଁ ଯାଇଥିଲେ ସେଠାରେ ଗାଦେଇବା ସମୟରେ ହଟାତ ମୂର୍ଚ୍ଛା ବାହାରି ପଥରରେ ମୁଣ୍ଡ ପିଟି ହୋଇ ପାଣି ଭିତରେ ପଡି ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ମହିଳା ଜଣକ ଏକୁଟିଆ ଗାଧେଇବାକୁ ଯାଇଥିବା ହେତୁ ପାଣି ରୁ ବାହାରି ପାରି ନ ଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । କିଛି ସମୟ ପରେ ଗ୍ରାମ ବାସୀ ମାନେ ଦେଖି ସ୍ଥାନୀୟ ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଥାନା ଅଧିକାରୀ ସୁମନ୍ତି ମହାନ୍ତି ଏସ ଆଇ ଶିବ ପ୍ରସାଦ ସାହୁ ଓ ସଞ୍ଜୟ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଅପମମାଲ ରୁଜ୍ଜୁ କରି କେସ ନଂ ୧/୨୪ ଅନୁସାରେ ଶ୍ଵାବ ବ୍ୟବଚ୍ଛେଦ କରି ପରିବାର କୁ ହସ୍ତାନ୍ତର କରିଥିବା ଜଣାପଡିଛି ।