ରାୟଗଡ଼ା ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସମ୍ପାଦକ ଭାବେ ଶ୍ରୀଯୁକ୍ତ ଖଗେଶ୍ବର ସିଂହ ମନୋନୀତ

0
53
ରାୟଗଡ଼ା ଜିଲ୍ଲା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୧/୦୧) : ରାୟଗଡ଼ା ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସମ୍ପାଦକ ଭାବେ ଶ୍ରୀଯୁକ୍ତ ଖଗେଶ୍ବର ସିଂହ ମନୋନୀତ । WhatsApp Image 2024 01 20 at 19.23.58 ରାୟଗଡ଼ା ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସମ୍ପାଦକ ଭାବେ ଶ୍ରୀଯୁକ୍ତ ଖଗେଶ୍ବର ସିଂହ ମନୋନୀତ

ଖବର ପ୍ରଚାର ପ୍ରସାର କରିବାରେ ନିଜର କର୍ତ୍ତବ୍ୟ ମାନୁଥିବା ବେଳେ, ସମାଜର ପ୍ରତ୍ୟେକ ଘଟଣା ଓ ଦୂରୁ ଘଟଣା ଲୋକଲୋଚନକୁ ଆଣିବା, ଓ ନିରିହ ଜନସାଧାରଣଙ୍କ ସମସ୍ୟା ନେଇ ପ୍ରଶାସନ ପାଖରେ ପହଞ୍ଚାଇବା ନିଜର ପରମ ଧର୍ମ ମାନନ୍ତି । ଏହିଭଳି ବ୍ୟକ୍ତିବିଶେଷଙ୍କ ପରପକାରିତା, ନିସ୍ବାର୍ଥପର ମନଭାବକୁ ଲକ୍ଷ କରି ରାଜଧାନୀ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ, ରାଜ୍ୟ ସ୍ତରୀୟ ଓଡ଼ିଶା ଡିଜିଟାଲ ମିଡିଆ ସଂଘ ର କାର୍ଯ୍ୟ କାରିଣୀ ବୈଠକ ହୋଇଥିଲା । ଉକ୍ତ ବୈଠକରେ ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ସତ୍ୟମିଶ୍ର, ଶ୍ରୀଯୁକ୍ତ ସିଂହ ଙ୍କୁ ରାୟଗଡ଼ା ଜିଲ୍ଲା ଡିଜିଟାଲ ମିଡିଆ ସଂଘର ଜିଲ୍ଲା ସମ୍ପାଦକ ଭାବେ ମନୋନୀତ କରି ଉତରିୟ ଓ ଫୁଲତଡା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଖବର ଜାଣି ରାୟଗଡ଼ା ଜିଲ୍ଲା ଡିଜିଟାଲ ମିଡିଆ ସଂଘ ଏବଂ ଜିଲ୍ଲାରେ ଥିବା ସମସ୍ତ ସାମ୍ବାଦିକ ସଂଘ ର ସଦସ୍ୟ ମାନେ ଅତ୍ୟନ୍ତ ଖୁସୀ ହେବା ସହ ସୁବେଛା ଓ ଅଭିନନ୍ଦନ ଜଣାଇଛନ୍ତି, ଏହି ଭଳି ଏକ ଗୁରୁ ଦାୟିତ୍ବ ପ୍ରଦାନ କରି ଥିବା ହେତୁ, ରାଜ୍ୟ ଡିଜିଟାଲ ମିଡିଆ ସଂଘ ର‌ ସମସ୍ତ ସଦସ୍ୟ ଙ୍କୁ ଶ୍ରୀ ଖଗେଶ୍ବର ସିଂହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଖଗେଶ୍ବର ସିଂହ ଜଣେ କାର୍ଯ୍ୟ ରତ ସାମ୍ବାଦିକ ହୋଇଥିବା ସ୍ବତେ ଜିଲ୍ଲା ର ଅନେକ ଗୁଡ଼ିଏ ଶ୍ରମିକ ସଂଗଠନ ର ଦାଇତ୍ୱ ମଧ୍ୟ ତୁଲାଉ ଛନ୍ତି, ସଂଘ ଠନ ଗଡ଼ି ବା ,ଏବଂ ସଂଘ ଠିତ କରି ବା , ସଂଘ ଠନ କୁ ସୁଦୃଢ କରି ବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି, ବର୍ତ୍ତମାନ ମଧ୍ୟ ଓଡ଼ିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ଶ୍ରମିକ ସଂଘ ର ରାୟଗଡ଼ା ଜିଲ୍ଲା ସମ୍ପାଦକ ଦାୟିତ୍ବ ତୁଲାଉଛନ୍ତି , ଏହି ଭଳି ଏକ କର୍ମଠ କର୍ତ୍ତବ୍ୟ ପରାୟଣ, ନିସ୍ବାର୍ଥ ପର ବ୍ୟକ୍ତି ବିଶେଷଙ୍କୁ ନିଜ ସଂଗଠନ ରେ ପାଇ ଗୁରୁ ଜନ ମାନେ‌ ଶୁଭାଶ୍ରୀ ବାଦ ପ୍ରଦାନ କରି ଛନ୍ତି, ତତ୍ ସହିତ ରାୟଗଡ଼ା ଜିଲ୍ଲା ସମସ୍ତ ପ୍ରଶାସନି ଅଧିକାରୀ କାରି, କର୍ମଚାରୀ, ଅନେକ ଗୁଡ଼ିଏ ଶ୍ରମିକ ସଂଘ ଠନ ନେତା, ମନ୍ତ୍ରୀ, ଓ ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ଶୁଭ କାମନା ଜଣାଇ ଛନ୍ତି ।’