ମାତୃ ଓ ଶିଶୁ ଡାକ୍ତର ଖାନାର ମୁଖ୍ୟ ଗେଟ ଅର୍ଦ୍ଧ ନିର୍ମିତ; ମନ୍ତ୍ରୀ ଟୁକୁନି ସାହୁ ଓ ବରିଷ୍ଠ ପଦାଧିକାରୀଙ୍କ ଦ୍ୱାରା ଉଦ୍ଘାଟନ

0
46
ମାତୃ ଓ ଶିଶୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୩/୦୧) : ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲା ମାତୃ ଓ ଶିଶୁ ଏମ ସି ଏଚ ରେ ନିଆଁ ଲାଗିବା ଓ ଏକ ବଡ ଦୁଃଖଦ ଘଟଣା ଘଟିବା ଟଳି ଯାଇଥିବା ବେଳେ, ଟିଟିଲାଗଡ ଏମ୍ସିଏଚ ଡାକ୍ତର ଖାନା ରେ ପ୍ରସ୍ଥାନ ଗେଟ ନାହିଁ ।WhatsApp Image 2024 01 24 at 01.03.40 jpeg ମାତୃ ଓ ଶିଶୁ ଡାକ୍ତର ଖାନାର ମୁଖ୍ୟ ଗେଟ ଅର୍ଦ୍ଧ ନିର୍ମିତ; ମନ୍ତ୍ରୀ ଟୁକୁନି ସାହୁ ଓ ବରିଷ୍ଠ ପଦାଧିକାରୀଙ୍କ ଦ୍ୱାରା ଉଦ୍ଘାଟନ

ସେପରି କିଛି ନ ଘଟୁ । ଏହି ପ୍ରସ୍ଥାନ ଓ କର୍ମଚାରୀ ବାସ ଭବନ ଜାଗା ଆଦି ରେ ବ୍ୟାପକ ଅନିୟମିତତା କରାଯାଇ ଥିବା ଅଭିଯୋଗ ହୋଇଛି । ଚାରି ଆଡେ଼ ଗାଁ’ଠୁ ସହର ଆଗାମୀ ନିର୍ବାଚନ ପାଇଁ ବେଶ୍ ଚଳ,ଚଞ୍ଚଳ ହୋଇ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କୋଟି, କୋଟି ଟଙ୍କା ବ୍ୟୟ ଅଟକଳ ରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଛି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିବାବେଳେ ଏହାର ବ୍ୟତିକ୍ରମ ନଜର କୁ ଆସିଛି ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡରେ ।

ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରୁ ୭ କି.ମି ଦୂର ପିପଲପଦର ଠାରେ ଏକ ମାତୃ ଓ ଶିଶୁ ଡାକ୍ତର ଖାନା କୋଟି, କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ହୋଇ ବର୍ଷାଧିକ କାଳ ପଡ଼ି ରହିଥିଲା । ବିଗତ ଦିନ ରେ ଉକ୍ତ ଡାକ୍ତର ଖାନା ମୁଖ୍ୟ ଗେଟ ଅର୍ଦ୍ଧ ନିର୍ମିତ ଥାଇ ତରବରିଆ ଭାବେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ ତଥା ଅନ୍ୟ ବରିଷ୍ଠ ପଦାଧିକାରୀ ଉଦ୍ଘାଟନ କରିଥିଲେ । ପରିତାପର ବିଷୟ ଯେ ମାତ୍ର ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରେ ଉକ୍ତ ମାତୃ, ଶିଶୁ ଡାକ୍ତର ଖାନା ଉଦ୍ଘାଟନ କରି କାର୍ଯ୍ୟକାରୀ କରି ଥିଲେ । ଇତି ମଧ୍ୟରେ ରେ ପୁନଃ ଡାକ୍ତର କର୍ମଚାରୀଙ୍କ ନିମନ୍ତେ ନିର୍ମାଣ ହୋଇ ସାରିଥିବା ବାସଭବନ ବା କ୍ୱାର୍ଟର ପୁନଃ ଉଦ୍ଘାଟନ କରିଛନ୍ତି ।

ଯାହା ନେଇ ସାଧାରଣ ଓ ବୁଦ୍ଧିଜୀବୀ ଏହା ଶସ୍ତା ରାଜନୀତି ନାଁ ମାନ୍ୟବର ବିଧାୟିକାଙ୍କ ଗାନ୍ଧାରୀ ନୀତି ଚର୍ଚ୍ଚା ଜୋର ଧରିଛି । ବିଶେଷ ଦ୍ରଷ୍ଟବ୍ୟ ଯେ, ଉକ୍ତ ସରକାରୀ କ୍ୱାର୍ଟର ଗୁଡିକ ନିର୍ମିତ ଜାଗା ଜଣେ ଆଦିବାସୀ ବ୍ୟକ୍ତିଙ୍କ ହୋଇଥିବା ବେଳେ ତାହା ଚଞ୍ଚକତା କରି ସହର ର ଜଣେ ଅଣ ଓଡ଼ିଆ ବ୍ୟବସାୟୀ ହାତେଇ, ଜାଲ, କାଗଜ, ପତ୍ର ଦାଖଲ କରି ମୋଟା ଅଙ୍କର ଅର୍ଥ କାରବାର ହୋଇ ଥିବା ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ସମ୍ପତି ମାଝୀ ଅଭିଯୋଗ କରିଛନ୍ତି ।

ସେହିପରି ଡାକ୍ତରଖାନା ପ୍ରବେଶ,ପ୍ରସ୍ଥାନ ଗେଟ ଓ ଷ୍ଟାଫ୍ ବାସଭବନ ବା ଷ୍ଟାଫ୍ କ୍ୱର୍ଟର ଆଜି ସୁଦ୍ଧା ନିର୍ମାଣ ହୋଇ ନ ପାରି ପଡ଼ିରହିଛି । ଉକ୍ତ ଜାଗା ମଧ୍ୟ ବିବାଦୀୟ ଥିବା ଯୋଗୁଁ ରକ୍ତ ଭଣ୍ଡାର ବ୍ୟବସ୍ଥା,ଓ ଯାତାୟାତ ଭଳି ଗୁରୁତର ବ୍ୟବସ୍ଥା ନ ଥିବା ବେଳେ ପ୍ରସୂତି ମାଁ ଓ ଶିଶୁ ଙ୍କ ଜୀବନ ସହ ଖେଳ ହୋଇ ଯାଇଛି । ୭ କି. ମି ଦୂର ଟିଟିଲାଗଡ ଡାକ୍ତରଖାନା କୁ ଦିନ,ରାତି ଯାତାୟାତ ସମୟ ବ୍ୟବଧାନ ରେ ପ୍ରସୂତି ମହିଳା ଓ ଶିଶୁ ଙ୍କ ପ୍ରାଣ ହାନି ନ ଘଟୁ । ଏହିଭଳି ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ଓ ଜନସେବା ସି ବି ଓ ତରଫରୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରାଯାଇଛି ।