କାର ଧକ୍କାରେ ୨ସ୍କୁଲ ଛାତ୍ରୀ ଗୁରୁତର

0
62
କାର ଧକ୍କାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୨୪/୦୧) : ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ବନ୍ଧପାଲି ନିକଟରେ କାର ଧକ୍କାରେ ୨ସ୍କୁଲ ଛାତ୍ରୀ ଗୁରୁତର ହୋଇଛନ୍ତି ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରିଛନ୍ତି । ବନ୍ଧପାଳି ସ୍କୁଲର ଷଷ୍ଠ ଶ୍ରେଣୀର ୨ଜଣ ଛାତ୍ରୀ ସାଇକେଲରେ ଘରକୁ ଫେରୁଥିବା ବେଳେ ଏକ କାର ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ୨ଜଣ ଛାତ୍ରୀ ହେଲେ ସୁନିତା ସେଠ୍ ଓ ପାର୍ବତୀ ସୋରେଙ୍ଗ । ସ୍କୁଲରେ ଆଜି ନେତାଜୀ ଜୟନ୍ତୀ ସରିବା ପରେ ଦୁଇ ଛାତ୍ରୀ ଗୋଟିଏ ସାଇକେଲରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।