ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ମନ୍ତ୍ରୀ ଅତନୁଙ୍କୁ ଦାବିପତ୍ର ଦେଲେ

0
89
ପ୍ରାଥମିକ ବିଦ୍ୟାଳୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୧) : ଗତ କାଲି ଗଜପତି ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ରାଜ୍ୟ ମନ୍ତ୍ରୀ ଖାଦ୍ୟ ଓ ଖାଉଟି କଲ୍ୟାଣ ଙ୍କୁ ତିନି ଦଫା ଦାବୀ ନେଇ ଏକ ଦାବୀ ପତ୍ର ଦେଇଥିଲେ ।

ଏହି ଦାବୀ ପତ୍ର ରେ ଛଅ ବର୍ଷ ଗଣନା, ୪୨୦୦ ଗ୍ରେଡ଼ ପେ ବୃଦ୍ଧି, ପୁରୁଣା ପେନସନ ଲାଗୁ କରିବା ଇତ୍ୟାଦି ଦାବୀ ରହିଛି । ଏହି ପ୍ରତିନିଧି ଦଳ ଶ୍ରୀ ଭି କେ ପାଣ୍ଡିଆନ ଙ୍କୁ ମଧ୍ୟ ଦାବୀ ପତ୍ର ଦେଇଛନ୍ତି । ଜିଲ୍ଲା ସଭାପତି ଜଗଦୀଶ ପାତ୍ର, ଉପ ସଭାପତି ବି ଗୋପାଳ ରାଓ, ରମାକାନ୍ତ ହୋତା ରହିଥିଲେ ।