ନୂଆ – ଓ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ

0
34
ନୂଆ - ଓ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୧) : ସ୍ଥାନୀୟ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ – ଓ ପକ୍ଷରୁ ଆୟୋଜିତ ସାହିତ୍ୟ ଓ ସଂସ୍କୃତି – ଭିତ୍ତିକ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି ।

ଶେଷ ଦିବସର ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷା ପ୍ରସଙ୍ଗରେ ସାରଗର୍ଭକ ଆଲୋଚନା ହୋଇଥିବା ବେଳେ ଦ୍ଵିତୀୟ ତଥା ଉଦ୍ଯାପନୀ ଅଧିବେଶନରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀ ଓ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର, ପ୍ରମାଣ ପତ୍ର ଓ ସୃଜନଶୀଳ କାର୍ଯ୍ୟକଳାପ ଲାଗି ଆର୍ଥିକ ପ୍ରୋତ୍ସାହନ ରାଶି ବିତରଣ କରା ଯାଇଥିଲା । ଉଭୟ ଅଧିବେଶନରେ ବିଦ୍ୟାଳୟ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ସଭାପତିତ୍ୱ କରିଥିବା ବେଳେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ରାଜ୍ୟ ସଭାପତି କବି ପ୍ରଶାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ମଂଚାସୀନ ହୋଇଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସଂଯୁକ୍ତା ପାଢ଼ୀ ପ୍ରାରମ୍ଭିକ ଅଭିଭାଷଣ ଓ ଧନ୍ୟବାଦ ଦେଇଥିଲେ ।

ଅନ୍ୟମାନଙ୍କ ଭିତରେ ଅଧ୍ୟାପିକା କଳ୍ପନା ବେହେରା, ସସ୍ମିତା ଦାସ, ଅଜିତ କୁମାର ପାଢ଼ୀ, ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ବାରିକ ପ୍ରମୁଖ ବକ୍ତବ୍ୟ ରଖିବା ସଂଗେ ସଂଗେ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷଙ୍କ ସହ ମିଶି ପୁରସ୍କାର ବିତରଣ କରିଥିଲେ । ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଅବସରରେ ଓଡ଼ିଆ ଭଜନ, ଓଡ଼ିଆ ଏକକ ଓ ଦଳଗତ ନାଟକ, ଓଡ଼ିଆ ଗୀତ, ଏକକ ଓ ଦଳଗତ ଲୋକନୃତ୍ୟ, ଓଡ଼ିଆ ଭାଷାର ସୃଷ୍ଟି ଓ ବିକାଶ ପ୍ରସଙ୍ଗରେ ବକ୍ତୃତା, ଓଡ଼ିଆ ହସ୍ତାକ୍ଷର, କ୍ୱିଜ, ଓଡ଼ିଆ କବିତାବୃତ୍ତି ଓ କାହାଣୀ କଥନ ଭଳି ମୋଟ ୧୩ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବୋଲି ଅଧ୍ୟକ୍ଷଙ୍କ ସୂତ୍ରରୁ ଜଣା ପଡିଛି । ଶେଷରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କୁ ବିଦ୍ୟାୟାଳୟ ପକ୍ଷରୁ ଉତ୍ତରୀୟ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା ।