ଅବ୍ୟବସ୍ଥା ରେ ସାଧାରଣତନ୍ତ୍ର ଦିବସ ପାଳନ

0
89
ଅବ୍ୟବସ୍ଥା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୬/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ଅବ୍ୟବସ୍ଥା ରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।WhatsApp Image 2024 01 27 at 10.45.34 1 ଅବ୍ୟବସ୍ଥା ରେ ସାଧାରଣତନ୍ତ୍ର ଦିବସ ପାଳନ

ବ୍ଲକରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଲେ ଫୁଲ ତଡ଼ାରେ ଫେଣ୍ଡାଲ ଭାସିବ ହେଲେ ସାଧାରଣ ତନ୍ତ୍ର ଦିବସ ଅବସରରେ ଜାତୀୟ ପିତା ମହାତ୍ମାଗାନ୍ଧୀ ଓ ସୁବାଷ ଚନ୍ଦ୍ର ବୋଷ ଙ୍କ ଫୋଟୋ ରେ ବିନା ଫୁଲ ଓ ବିଳମ୍ବରେ ପତାକା ଉତ୍ତୋଳନ କରାଯାଇଛି । ୯ଘଣ୍ଟା ସମୟରେ ପତାକା ଉତ୍ତୋଳନ କରିବା ପରିବର୍ତ୍ତେ ୧୦ଘଣ୍ଟା ପରେ ପତାକା ଉତ୍ତୋଳନ କରିଥିଲେ।ଜାତୀୟ ପିତା ଙ୍କ ଉପରେ ଫୁଲ ଖଣ୍ଡେ ନ ପଢିବାରୁ ସାଧାରଣ ରେ ପ୍ରଶ୍ନ ବାଛି ସୃଷ୍ଟି ହୋଇଥିଲା । ଯେ କୌଣସି ସଭା ସମିତି ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ବର୍ତ୍ତମାନ ୨ଶହ ଟଙ୍କା ର ଫୁଲ କିଣିବା ପାଇଁ ବ୍ଳକ ରେ ଟଙ୍କା ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା କରିଥିଲେ । ବିଡ଼ିଓ ରାଜୀବ ଦାସ ଙ୍କୁ ସାଧାରଣ ଲୋକମାନେ ପଚରାଉଚରା କରିଥିଲେ ମଧ୍ୟ ବିଡ଼ିଓ କୌଣସି ଉତ୍ତରଦେଇପାରିନଥିଲେ ।

ଏହି ସାଧାରଣ ତନ୍ତ୍ର ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଏମ୍ବ୍ରିତା କାଡ୍ରାକା ଅତିଥି ସହକାରୀ ଯନ୍ତ୍ରୀସବ୍ୟସାଚୀ ନାୟକ, କଳାକାର ସଂଘ ର ଉପସଭାପତି ଷୋନ୍ତସ ବଚ୍ଚା ବ୍ଳକ ପ୍ରଶାସନ, କଲ୍ୟାଣସିଂହପୁର ଆଖପାଖ ବିଦ୍ୟାଳୟର ଛାତ୍ରଛାତ୍ରୀ, ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବ୍ଲକ ପ୍ରଶାସନ ଉପସ୍ଥିତ ରହିଥିଲେ। ଦୁଃଖର ବିଷୟ ଏହି କି ସାଧାରଣ ତନ୍ତ୍ର ଦିବସ ପାଳନ ବେଳେ ସଦର ବ୍ଳକ କାର୍ଯ୍ୟଳୟ ରେ ଅବ୍ୟବସ୍ଥା କରୋନା କଟକଣା ସମୟରେ ମଧ୍ୟ ଧୂମଦାମ ରେ ପାଳନ କରାୟଥିଲା । ଚଳିତ ବର୍ଷ ବ୍ଳକ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଅବ୍ୟବସ୍ଥା ପାଳନ କରାଯାଇଛି ।