ଅଜଣା ବ୍ୟକ୍ତିର ମୃତ ଦେହ ଠାବ

0
36
ଅଜଣା ବ୍ୟକ୍ତିର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ଵର, (୨୭/୦୧) : ଜାତୀୟ ରାଜପଥ ଜମାଳପୁର ବାଇପାସ ପୋଲତଳୁ ଏକ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ ।

ଶବ ଜବତ କରି ପୋଲିସର ତଦନ୍ତ ଜାରୀ ରହିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନଂ ଜାତୀୟ ରାଜପଥ ଜମାଳପୁର ବାଇପାସ ପୋଲ ତଳେ ଆଜି ସକାଳ ସମୟରେ ଏକ ମୃତ ଦେହ ଭାସୁଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଦେହରେ କୌଣସି କପଡା ନ ଥିବା ବେଳେ ଶବଟି ଫୁଲିବା ସହିତ ଦେହରେ ଅନେକ ଜାଗାରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଜଳେଶ୍ୱର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରୀ ରଖିଛି ।