ଭଡ଼ା ଘରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତ ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

0
34
ଭଡ଼ା ଘରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୭/୦୧) : ଭଡ଼ା ଘରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ ।

ରେଢ଼ାଖୋଲ ଥାନା, ଦେହୁରୀ ସାହିର ଏକ ଭଡ଼ା ଘରୁ ରେଢ଼ାଖୋଲ ଭୀମଭୋଇ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଝୁନି ଖୁରାଙ୍କ ମୃତ ଦେହକୁ ଆଜି ସକାଳୁ ଉଦ୍ଧାର କରାଯାଇଛି । ଗୈଡପଡା ଗାଁ’ର ରାଜକିଶୋର ଖୁରାଙ୍କ ଏକମାତ୍ର ଝିଅ ଏଠାରେ ରହି ପାଠ ପଢୁଥିଲେ । ଝିଅର ମୃତ୍ୟୁକୁ ନେଇ ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସବୁ କିଛି ସ୍ବାଭାବିକ ଥିବା ବେଳେ ଗତକାଲି ରାତିରେ ମୃତ ଝୁନି ଖୁରା ଫୋନରେ ଭଲରେ କଥା ହୋଇଥିଲା ପରିବାର ସହ ।

କିନ୍ତୁ ହଠାତ୍ ସକାଳକୁ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ମୃତ ଘରୁ ଏକ ସୁଇସାଇଡ ନୋଟ୍ ଓ ମୋବାଇଲ ମିଳିଛି । ମୃତ୍ୟୁ ସମୟରେ ଭିଡିଓ ମୋବାଇଲରେ ମଧ୍ୟ ରେକର୍ଡ ହୋଇଛି ! ପୋଲିସ ସେସବୁ ଜବତ କରିଛି, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲା ପରେ ସେହି ଦିଗରେ ତଦନ୍ତ ଆରମ୍ଭ କରିଛି ।