ବାଲିଗୁଡା ରେ ବିଜୁ ବୋଟିଙ୍ଗ ପଏଣ୍ଟ ଉଦଘାଟିତ

0
90
ବାଲିଗୁଡା ରେ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୭/୧) : ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ରେ ବିଜୁ ବୋଟିଙ୍ଗ ପଏଣ୍ଟ ଆରମ୍ଭ ହୋଇଛି ।WhatsApp Image 2024 01 27 at 19.29.11 ବାଲିଗୁଡା ରେ ବିଜୁ ବୋଟିଙ୍ଗ ପଏଣ୍ଟ ଉଦଘାଟିତ

ବାଲିଗୁଡା ରେ ବିଜୁ ବୋଟିଙ୍ଗ ପଏଣ୍ଟ ଉଦଘାଟିତ । ବାଲିଗୁଡା ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ମଧୁମିତା ଙ୍କ ପ୍ରଚେଷ୍ଟା ରେ ବାଲିଗୁଡା ଏନଏସି ରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇଥିଲେ । ସେଥି ମଧ୍ୟରୁ ବାଲିଗୁଡା ବସଷ୍ଟାଣ୍ଟ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଦୁଇ ପୋଖରୀ ର ବିକାଶ କାର୍ଯ୍ୟ ସୁରୂପ ପୂର୍ବରୁ ଶିବ ଷ୍ଟାଚୁ ଓ ସେଲ୍ଫି ପଏଣ୍ଟ କାର୍ଯ୍ୟ ହୋଇ ଥିବାବେଳେ ଆଜି କଦଳୀ ବନ୍ଧରେ ବିଜୁ ବୋଟିଙ୍ଗ ପଇଣ୍ଟ ର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ଟୁନାଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଉପାଧ୍ୟକ୍ଷା ଶାନ୍ତିକୁମାରୀ ନାୟକ ଙ୍କ କରକମଲ ରେ ଉଦଘାଟିତ ହୋଇଛି । ଏଥି ସହିତ ଆଦିବାସୀ ମହାବିଦ୍ୟାଳୟ ନିକଟରେ ଆଦିବାସୀ ସେଲ୍ଫି ପଏଣ୍ଟ ର ମଧ୍ୟ ଶୁଭ ଉଦଘାଟନ ହୋଇଛି ।

ଏଥିରେ ବାଲିଗୁଡା ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, କାଉନସିଲର ନାରାୟଣ ଡାକୁଆ, ବିଭୂତି ଲହରିଆ, ଶଶୀ କୁମାର ଦିଗାଲ ରାଜେଶ୍ୱର ମଳିକ ହରପ୍ରିୟା ତ୍ରିପାଠୀ, ମିନତୀନାୟକ, ରୀନାକୁମାରୀ ପଣ୍ଡା, ଗୀତା ମଳିକ ସମେତ ସିଟିମିଶନ ମ୍ୟନେଜର ସୁଧାଂଶୁମୋହନ ହୋତା ସମେତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ |ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଭିନ୍ନ ଜନକଲ୍ୟାଣ ଯୋଜନା ବାଲିଗୁଡା ରେ କାର୍ଯ୍ୟକାରୀ ହେଉ ଥିବାରୁ ସହରବାସୀ ଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।